EDITORIAL ଓଡିଶା ଟ୍ରେଣ୍ଟିଂ

ସଂଖ୍ୟାଲଘୁ ତୁଷ୍ଟିକରଣ ଓ ଓଡିଶା ସରକାର

ଭାରତୀୟ ସମାଜ ବିବାଦୀୟ ଢାଂଚାକୁ ହଟାଇ ଦେଇ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ଖୋଲି ଦେଇଛନ୍ତି । ବର୍ତମାନ ରାମ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି । ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ଗୋପେଶ୍ୱର ଠାରୁ କାମାକ୍ଷା, ଜଗନ୍ନାଥ କ୍ଷେତ୍ରଠାରୁ କେଦାରନାଥ, ସୋମନାଥରୁ କାଶୀ ବିଶ୍ୱନାଥ, ଅମୃତସରରୁ ପାଟନା ସାହେବ, ଆଣ୍ଡାମାନରୁ ଆଜମେର ପର୍ଯନ୍ତ ଏବେ ସମ୍ପୂର୍ଣ୍ଣ ଭାରତ ରାମମୟ ହୋଇ ଉଠିଛି । ସମଗ୍ର ଦେଶ ଆନନ୍ଦିତ । ଶତାବ୍ଦୀର ଅପେକ୍ଷା ଶେଷ ହୋଇଛି । ଆସନ୍ତା ବର୍ଷ ୨୦୨୩ ଜାନୁୟାରୀ ୨୨ ତାରିଖରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ଆଜି କୋଟି କୋଟି ଜନତା ଚାହିଁ ରହିଛନ୍ତି ସେହି ଶୁଭମୁହୁର୍ତକୁ । ସେମାନେ ନିଜ ଜୀବନରେ ଏହି ଶୁଭଦିନ ଦେଖିବାକୁ ସକ୍ଷମ ହେବେ । ଠିକ୍ ଏହି ସମୟରେ ଓଡିଶାରେ ଭାଗବାନ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଯାଇଛି । ରାମ ରାଜ୍ୟକୁ କଳ୍ପନା ପ୍ରସୁତ ବୋଲି କୁହାଯାଇଛି ।

ଓଡିଶା ଆଦର୍ଶ ବିଦ୍ୟାଳୟ ହେଉଛି ରାଜ୍ୟ ସରକାରଙ୍କ ପରିଚାଳିତ ଶିକ୍ଷା ଅନୁଷ୍ଠାନ । ଏହି ବିଦ୍ୟାଳୟର ୨୦୨୩ ଅର୍ଦ୍ଧବାର୍ଷିକ ପରୀକ୍ଷାର ଷଷ୍ଠ ଶ୍ରେଣୀର ଓଡିଆ ବିଷୟ ପ୍ରଶ୍ନ ପତ୍ରରେ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ବିବାଦୀୟ ପ୍ରଶ୍ନ । ପ୍ରଶ୍ନ ପତ୍ରରେ ରାମ ରାଜ୍ୟକୁ କଳ୍ପନା ପ୍ରସୁତ ଅତୀତର ରାମରାଜ୍ୟ ବୋଲି ଉଲ୍ଲେଖ କରାଯାଇଛି, ଏବଂ କୁହାଯାଇଛି ଅତୀତରେ ରାମରାଜ୍ୟ ନଥିଲା । ଏବେ ପ୍ରଶ୍ନ ଉଠୁଛି ଯଦି ରାମ ରାଜ୍ୟ ମିଛ ଥିଲା ତାହେଲେ ଭଗବାନ ରାମ ବି ମିଛ ଥିଲେ । ଏପରି କରିବା ଦ୍ୱାରା ହିନ୍ଦୁମାନଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଂଚା ଯାଇଛି । ସରକାରୀ ବିଦ୍ୟାଳୟମାନଙ୍କରେ ଏଭଳି କଥା କିଭଳି ଲେଖା ଯାଇପାରିଲା? ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ନେଇ ଓଡିଶାରେ ଯେଉଁ ପ୍ରଶ୍ନ ଉଠିଛି ଏହି ଷଡଯନ୍ତ୍ର ପଛରେ କିଏ ? କିପରି ଏଭଳି ପ୍ରଶ୍ନ ତିଆରି ହେଲା ? ଶିକ୍ଷାବିଭାଗ କିପରି ଏହାକୁ ଅନୁମତି ଦେଲା ? ଏହା ଏକ ଯୋଜନାବଦ୍ଧ ରାଜନୈତିକ ଷଡଯନ୍ତ୍ର ନୁହେଁ ତ? ମହାତ୍ମା ଗାନ୍ଧୀ ଯେଉଁ ରାମରାଜ୍ୟ କଥା କହୁଥିଲେ, ତାହା କଣ ମିଛ ଥିଲା ? ନା ଓଡିଶା ସରକାର ମହାତ୍ମା ଗାନ୍ଧୀଙ୍କ କଥାକୁ ମିଛ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି କି ? ଏହିଭଳି ଅନେକ ପ୍ରଶ୍ନ ଆଜି ଓଡିଶାବାସୀଙ୍କ ମନ ମସ୍ତିସ୍କକୁ ଆନେ୍ଦାଳିତ କହୁଛି, ତାହାର ଉତର ଦେବ କିଏ ?
କେବଳ ଓଡିଶାର ଆଦର୍ଶ ବିଦ୍ୟାଳୟର ପ୍ରଶ୍ନ ପତ୍ରରେ ଏହି ଆଦର୍ଶବିହୀନ ପ୍ରଶ୍ନ ପଚରା ଯାଇନି । ଏହା ପୂର୍ବରୁ କିଛି ଲୋକ ଭାଗବାନ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି । କିଛି ଦିନ ତଳେ ରାମାୟଣକୁ ନେଇ ହିନ୍ଦୁସ୍ତାନୀ ଅବାମ ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନ ରାମ ମାଝି ମଧ୍ୟ ପ୍ରଶ୍ନ ଉଠାଇ ଥିଲେ । ସେ ଭଗବାନ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇବା ସହିତ ଐତିହାସିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ଥିଲେ । ସେ କହିଥିଲେ ଭଗବାନ ଶ୍ରୀରାମ ଜଣେ କାଳ୍ପନିକ ବ୍ୟକ୍ତିତ୍ୱ । ଶ୍ରୀରାମଙ୍କୁ ମହାପୁରୁଷ ମାନିବାକୁ ମଧ୍ୟ ସେ କୁଣ୍ଠାବୋଧ କରିଥିଲେ । ଦେଶର ଏକ ରାଜନୈତିକ ଦଳ ରାମଙ୍କୁ ତାଲା ପକାଇ ରଖିଥିଲେ । ରାମ ମନ୍ଦିରକୁ ମଧ୍ୟ ବନ୍ଦ କରି ରଖିଥିଲେ । ବଜରଙ୍ଗବାଲୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ । ଏହି ସମାନ ବ୍ୟକ୍ତି ଯେଉଁମାନେ ରାମସେତୁ ର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ।

କିଛି ଲୋକ ରାମଚରିତ ମାନସକୁ ନିଆଁରେ ଜଳାଇ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ସୃଷ୍ଟ କରିବାକୁ ଚାହାଁନ୍ତି । ଏହା ଅତି ମୁର୍ଖତାର ପରିଚୟ । ଘୋରି, ଗଜନୀ, ଲୋଦି, ଖିଲିଜି, ମୋଗଲ,ଇଂରେଜ ଇତ୍ୟାଦି ଆସି ଚାଲିଯାଇଛନ୍ତି । କିନ୍ତୁ ରାମଙ୍କ ଅସ୍ତିତ୍ୱ ସେହି ପରି ଅକ୍ଷୁର୍ଣ୍ଣ ରହିଛି । ରାମ ହେଉଛନ୍ତି ଭାରତର ଆତ୍ମା । ରାମଙ୍କ ବିନା ଭାରତୀୟ ସଂସ୍କୃତିକୁ ବୁଝିବା ଅସମ୍ଭବ । ରାମଙ୍କ ଚରିତ୍ର ପ୍ରତ୍ୟେକ ପରିବାର ପାଇଁ ଆଦର୍ଶ ଅଟେ । ପ୍ରତ୍ୟେକ ବ୍ୟକ୍ତି ରାମଙ୍କ ପରି ପୁତ୍ର, ଲକ୍ଷ୍ମଣ-ଭରତ-ଶତ୍ରୁଘ୍ନଙ୍କ ପରି ଭାଇ, ସୀତାଙ୍କ ପରି ପତ୍ନୀ, ହନୁମାନଙ୍କ ପରି ସେବା ଓ ଭକ୍ତି ଚାହାଁନ୍ତି । ରାମ ସମସ୍ତଙ୍କର, ସମସ୍ତେ ରାମଙ୍କର ଅଟନ୍ତି । ତୁଳସୀଙ୍କ ରାମଙ୍କ ଉପରେ ଯଦି ଆପଣଙ୍କର କିଛି ସମସ୍ୟା ଅଛି, ତେବେ ତୁମର ଇଛା ଅନୁଯାୟୀ ରାମ ଖୋଜନ୍ତୁ । ଯେପରି କବିର ଖୋଜିଥିଲେ, ଗୁରୁ ନାନକ ଖୋଜିଥିଲେ, ଗୁରୁ ଗୋବିନ୍ଦ ସିଂ ଖୋଜିଥିଲେ । ରାମଙ୍କ ଉପରେ ପ୍ରହାର କରି ଆପଣ ରାମଙ୍କ ଅସ୍ତିତ୍ୱକୁ ଲିଭାଇ ପାରିବେ ନାହିଁ କିନ୍ତୁ ନିଶ୍ଚିତ ଭାବରେ ଆପଣ ନିଜର ପୁରୁଷାର୍ଥ ଉପରେ ପ୍ରଶ୍ନ ଉଠାଉଛନ୍ତି ।

ଯେଉଁମାନେ ପ୍ରଭୁ ରାମଙ୍କ ଅସ୍ତିତ୍ୱ ବିଷୟରେ ବେଳେ ବେଳେ କିଛି ବ୍ୟକ୍ତି ପ୍ରଶ୍ନ ଉଠାଉଛନ୍ତି । କାଳ୍ପନିକ ବୋଲି କହୁଛନ୍ତି କିନ୍ତୁ ସେମାନେ କୌଣସି ଠୋସ୍ ପ୍ରମାଣ କେବେ ଉପସ୍ଥାପିତ କରି ପାରିନାହାଁନ୍ତି । ବର୍ତମାନର ବୈଜ୍ଞାନିକମାନେ ପ୍ରଭୂ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ମୋହର ଲଗାଇଛନ୍ତି ବା ନିଶ୍ଚିତ କରିଛନ୍ତି । ଦିଲ୍ଲୀର ଇନଷ୍ଟିଚୁ୍୍ୟଟ ଫର୍ ସାଇଂଟିଫିକ୍ ରିସର୍ଚ୍ଚ ଅନ୍ ବେଦାଜ(ଆଇ-ସର୍ବେ ତ୍ରେତୟା ଯୁଗର ଭଗବାନ ରାମଙ୍କ ପ୍ରକୃତ ଜନ୍ମ ତାରିଖ ଜାଣିବାରେ ସଫଳ ହୋଇଛନ୍ତି । ବୈଜ୍ଞାନିକ ଆଧାରରେ ଏହା ପ୍ରମାଣ କରିଥିବାର ଅନୁଷ୍ଠାନ ମଧ୍ୟ ଦାବି କରିଛି । ଅନୁଷ୍ଠାନର ନିଦେ୍ର୍ଦଶକ ସରୋଜ ବାଲା ଗଣମାଧ୍ୟମ ସହିତ ଏକ ବିଶେଷ ବାର୍ତାଳାପରେ କହିଛନ୍ତି ଯେ, ଆମର ସହକର୍ମୀ ତଥା ପ୍ଲାନେଟେରିୟମ ସପ୍ଟୱେର ମାଧ୍ୟମରେ ଆମେ ପ୍ରଭୁ ରାମଙ୍କ ଜନ୍ମ ତାରିଖ ବିଷୟରେ ସଠିକ୍ ସୂଚନା ପାଇଛୁ । ଏହା ମଧ୍ୟ ପ୍ରଭୁ ରାମଙ୍କ ଅସ୍ତିତ୍ୱକୁ ପ୍ରମାଣିତ କରେ । ପ୍ରଭୁ ରାମ ଖ୍ରୀଷ୍ଟପୂର୍ବ ୧୦ ଜାନୁୟାରୀ ୧୦୧୪ରେ ଜନ୍ମ ହୋଇଥିଲେ । ସେଦିନ ଥିଲା ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ । ଜନ୍ମ ସମୟ ଥିଲା ମଧ୍ୟାହ୍ନ ୧୨ଟାରୁ ୨ଟା ମଧ୍ୟରେ । କେବଳ ଏତିକି ନୁହେଁ ବର୍ତମାନର ବୈଜ୍ଞାନିକମାନେ କହିଛନ୍ତି ସେମାନେ ଏବେ ଅନ୍ୟ ପୌରାଣିକ ଚରିତ୍ର ଗୁଡିକର ଜନ୍ମ ତାରିଖ ଏବଂ ଅସ୍ତିତ୍ୱ ବିଷୟରେ ଯାଂଚ କରିଛନ୍ତି ।

ନାସା ରାମସେତୁର ଅସ୍ତିତ୍ୱକୁ ସ୍ୱୀକାର କରିଛି । ପନôତତ୍ୱ ବିଭାଗ ରାମ ଜନ୍ମଭୂମି ଖନନ ବେଳେ ସେଠାରେ ମନ୍ଦିରର ଅବଶେଷ ଦେଖିବାକୁ ମିଳିଥିଲା । ତେଣୁ ଯେଉଁମାନେ ଭଗବାନ ରାମଙ୍କ ଅସ୍ତିତ୍ୱ ନେଇ ପ୍ରଶ୍ନ ଉଠାଉଛନ୍ତି ବା କାଳ୍ପନିକ ଚରିତ୍ର ବୋଲି କହୁଛନ୍ତି ସେମାନେ ରାମାୟଣ ପଢନ୍ତୁ, ତେବେ ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି ଭାବନା ମଧ୍ୟ ସେମାନଙ୍କ ମନରେ ଜାଗ୍ରତ ହେବ । ରାମାୟଣ ଶତାବ୍ଦୀ ଶତାବ୍ଦୀ ଧରି ସମସ୍ତଙ୍କୁ ସଠିକ ରାସ୍ତା ଦେଖାଉଛି । ରାମାୟଣ ଏକ ଉତମ ଗ୍ରନ୍ଥ । ରାମାୟଣର ସମସ୍ତ ବିଷୟ ଶିକ୍ଷଣୀୟ ଯୋଗ୍ୟ । ଉତମ ବ୍ୟକ୍ତତ୍ୱ ନିର୍ମାଣରେ ରାମାୟଣର ସନେ୍ଦଶ ସହାୟକ ହୋଇଥାଏ । ରାମାୟଣରେ ମାତୃଶକ୍ତିଙ୍କୁ ଉଚ୍ଚ ସ୍ଥାନ ଦିଆଯାଇଛି । ବୟସ୍କମାନଙ୍କୁ ବା ଗୁରୁ ଗୁରୁଜନମାନଙ୍କୁ କିପରି ସମ୍ମାନ ଦିଆଯାଏ ତାହା ରାମୟଣରୁ ଶିକ୍ଷା ମିଳିଥାଏ । ତେଣୁ ଏହାକୁ ବିଦ୍ୟାଳୟର ଶିକ୍ଷାରେ ସାମିଲ କରାଯିବା ଉଚିତ । ସେପରି ନକରି ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଆଦର୍ଶ ବିଦ୍ୟାଳୟ ପିଲାମାନଙ୍କୁ ଶିକ୍ଷା ଦେଉଛି କଳ୍ପନାପ୍ରସୁତ ଅତୀତର ରାମରାଜ୍ୟ । ଅତୀତରେ ରାମ ରାଜ୍ୟ ନଥିଲା, ଖାଲି ପଶ୍ଚାତମୁଖୀ ପରାଜିତ ଲୋକଙ୍କ ରଙ୍ଗୀନ ଚଷମା ଭିତର ଦେଇ ଏହା ଦେଖାଯାଇଥାଏ ।

ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ଏପରି ସନେ୍ଦଶ ଦେଇ କୋମଳମତୀ ଛାତ୍ରଛାତ୍ରୀଙ୍କ ମନରେ ଏପରି ବିଷ ଭରି ଦେଇ ଭାରତର ପୁରାତନ ସଭ୍ୟତା ଓ ସଂସ୍କୃତିରୁ ଦୁରେଇ ଦେବାକୁ ଯୋଜନା କରୁନାହାଁନ୍ତି ତ ? ଆଦର୍ଶ ବିଦ୍ୟାଳୟର ଆଦର୍ଶହୀନ ପ୍ରଶ୍ନ ଉପରେ ଓଡିଶା ସରକାର କୌଣସି ସ୍ପଷ୍ଟିକରଣ ଦେଇ ନାହାଁନ୍ତି କି ଏପରି ଚକ୍ରାନ୍ତକାରୀଙ୍କ ବିରୋଧରେ କୌଣସି ଦଣ୍ଡ ବିଧାନ କରିନାହାଁନ୍ତି । ଅନ୍ୟ ରାଜ୍ୟପରି ଓଡିଶାରେ ଚାଲିଛି ସନାତନ ବିରୋଧୀ ଆଭିମୁଖ୍ୟ । ଏହା ଆଗରୁ ଜଗନ୍ନାଥ ସଂସ୍କୃତି ଓ ସନାତନ ସଂସ୍କୃତି ବିରୋଧୀ ଆଭିମୁଖ୍ୟ ଆପଣେଇ ଆସିଛନ୍ତି ଓଡିଶା ସରକାର । ଶ୍ରୀଜଗନ୍ନାଥଙ୍କ ସହ ଜଡିତ ଅନେକ ପ୍ରସଙ୍ଗରେ ଓଡିଶା ସରକାରଙ୍କର ବିବାଦୀୟ ଭୂମିକା ରହି ଆସିଛି । ୨୦୧୫ ନବକଳେବର ସମୟରେ ବ୍ରହ୍ମ ପରିବର୍ତନ ବେଳେ ହୋଇଥିଲା ଘୋର ବିଭ୍ରାଟ । ସମ୍ମୁଖକୁ ଆସିଥିଲା ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଅପାରଗତା । କରୋନା ସମୟରେ ବାହାନା କରି ରଥଯାତ୍ରା ବନ୍ଦ କରିବାକୁ ଚାହୁଁଥିଲେ ରାଜ୍ୟ ସରକାର । କିନ୍ତୁ କୋର୍ଟଙ୍କ ନିଦେ୍ର୍ଦଶରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା । ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବାରେ ମଧ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଭୁଆଁ ବୁଲାଉଛନ୍ତି ଏ ସରକାର । ଏବେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ଯେତେ ଗୁହାରୀ କଲେ କି ଆନେ୍ଦାଳନ କଲେ ନିଜ ଜିଦ୍ରେ ଅଟଳ ରହିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିରରେ ନୀତି ବିଭ୍ରାଟଜନିତ ନୀତି ପାଲଟି ଯାଇଛି ସରକାରୀ ନୀତି । କିଛି ମାସେ ତଳେ ବନକ ଲାଗି ନୀତି ପ୍ରାୟ ୪ମାସ ବନ୍ଦ ରହିବା ପରେ ନିଷ୍ପତି ହୋଇଥିଲା ମାସକୁ ଦୁଇ ଥର ବନକଲାଗି କରାଯିବ । ଏହା ସତ୍ୱେ ବି ରଥଯାତ୍ରା ପରେ ମାସରେ ଅଧିକ ସମୟ ଧରି ହୋଇ ପାନିନଥିଲା ବନକ ଲାଗି ନୀତି । କେବଳ ସେତିକି ନୁହେଁ । ରାଜ୍ୟର ବର୍ତମାନ ବିଜେଡି ସରକାର ସଂଖ୍ୟାଲଘୁ ତାଉଆରେ ରୁଟି ସେକିବାରେ ବ୍ୟସ୍ତ ରହିଛନ୍ତି । ଗୋଟିଏ ପରେ ଗୋଟିଏ ଯୋଜନ କରି ସଂଖ୍ୟାଲଘୁମାନଙ୍କୁ ଖୁସି କରିବାରେ ବ୍ୟସ୍ତ ଅଛନ୍ତି । ଏବେ ମୁସଲମାନମାନଙ୍କୁ ଖୁସି କରିବା ପାଇଁ ମୁସଲମାନ ନଥିବା ଗାଁରେ ମସଜିଦ୍ ନିର୍ମାଣ କରିବାକୁ ଅର୍ଥ ଯୋଗାଇ ଦେଉଛନ୍ତି ଏ ସରକାର । “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଦ୍ୱାରା ସେହି ଅଂଚଳରେ ହିଂସା ଓ ଅଶାନ୍ତି ସୃଷ୍ଟି କରିବା ପାଇଁ ଯୋଜନା ହେଉଛି ବୋଲି ମୟୁରଭଂଜ ଜିଲ୍ଲା ବେତନଟୀ ବ୍ଲକର ବୈଶିଙ୍ଗା ପଂଚାୟତର ଡାହିବାହି ଗାଁ ଲୋକେ ଆଣିଛନ୍ତି ଏପରି ଅଭିଯୋଗ । ଗ୍ରାମର ସମସ୍ତ ବାସିନ୍ଦାମାନେ ଆଦିବାସୀ ବର୍ଗର ହୋଇଥିବା ବେଳେ ଏଠାରେ କାହିଁକି ମସଜିଦ ନିର୍ମାଣ ହେବାକୁ ଯାଉଛି ଯାହାକୁ ନେଇ ଗ୍ରାମବାସୀମାନେ ନଭେମ୍ବର ୬ ତାରିଖ ଦିନ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ କରିଛନ୍ତି । ଏ ଘଟଣାକ ନେଇ ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି ଯେ ଓଡିଶାର ବିଜେଡି ସରକାର ତୁଷ୍ଟିକରଣ ରାଜନୀତି ଚରମ ସୀମାରେ ପହଁଚି ଯାଇଛନ୍ତି । ତେଣୁ ନେଡିଗୁଡ କହୁଣୀକୁ ବୋହି ଯିବା ପୂର୍ବରୁ ନିଜ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିବା ପାଇଁ ଅନ୍ୟ କାହାର ହାତ ହଲାକୁ ନଦେଖି ନିଜେ ହାତ ହରାଇବାକୁ ଚେଷ୍ଟା କରନ୍ତୁ । ନିଜ ପିଲାମାନଙ୍କୁ ଠିକ୍ ଶିକ୍ଷା ଦେବା ପାଇଁ ଦାବି କରନ୍ତୁ । ଭୁଲ ଶିକ୍ଷା ଦେଉଥିବା ରାଜ୍ୟ ସରକାରକୁ ଠିକ୍ ରାସ୍ତା ଦେଖାଇ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସନ୍ତୁ ।

ଗୋଲଖ ଚନ୍ଦ୍ର ଦାସ
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୯୮୬୧୦୨୮୫୫୩

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା