ଅନକାପୁରରେ ମା’ ଶ୍ୟାମା ଲକ୍ଷ୍ମୀ ପୂଜା ଉଦଯାପିତ…

ନୂଆପଡ଼ା, ୧୫ ନଭେମ୍ବର : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଲର୍କା ଗ୍ରାମ ପଂଚାୟତ ଅନ୍ତର୍ଗତ ଅନକାପୁର ଗ୍ରାମରେ ୪୦ ତମ ମା’ ଶ୍ୟାମା ଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଛି । ଦୀର୍ଘ ପାଂଚ ଦିନ ଧରି ଅନୁଷ୍ଠିତ ଏହି ପୂଜା ରୀତିନୀତି ସହକାରେ ସମ୍ପନ୍ନ ହୋଇଛି । ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ପ୍ରତ୍ୟେକ ରଜନୀରେ ଆୟୋଜକ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ପୂଜା ଅବସରରେ କର୍ତା ଭାବରେ ସୀତାକାନ୍ତ ନୀନା ଏବଂ ତାଙ୍କ ଧର୍ମପତ୍ନୀ ରାଜକୁମାରୀ ନୀନା ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ମୁଖ୍ୟ ପୂଜକ ଭାବରେ ଅଖିଳ ପ୍ରସାଦ ପୁରୋହିତ ନୈଷ୍ଠିକ ଭାବେ ପୂଜାର୍ଚ୍ଚନା କରିଥିଲେ । ଆୟୋଜକ କମିଟି ସଭାପତି ଶ୍ୟାମ ପୁରୋହିତ, ସମ୍ପାଦକ ସତ୍ୟ ନାରାୟଣ ନିଆଲ, କୋଷାଧ୍ୟକ୍ଷ ତ୍ରିନାଥ ରଣାଙ୍କ ସମେତ ବିଶେଷ ସହଯୋଗୀ ଭାବରେ କମିଟି ସଦସ୍ୟ ନିରଞ୍ଜନ ଜଗତ (ଗାଁ ଗଣା), ଧନସିଂ ମାଳ. ଜଗଜୀବନ ମାଳି, କ୍ଷୀରସିନ୍ଧୁ ମାଳି, ପରକ୍ଷିତ ମାଁଝି, ପଂଚମ ମାଝୀ, ରୂପଧର ସଣ୍ଡ, ନିରଞ୍ଜନ ମାଳି, ସୁରେନ୍ଦ୍ର ନିଆଲ, ଗିରିଧାରୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ : ନୂଆପଡାରୁ କୀର୍ତ୍ତି ଚନ୍ଦ୍ର ନାଗ