ଓଡିଶା

ମଂଚ ଉପରେ ଢେମସା ନୃତ୍ୟ କଲେ କୋଟପାଡ ବିଧାୟିକା…

କୋରାପୁଟ, ୧୫ ନଭେମ୍ବର : କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେଉଁଭଳି ସମସ୍ତଙ୍କୁ ଆକର୍ଷିତ କରିଥାଏ ସେହିଭଳି ଏଠାକାର ଲୋକ ନୃତ୍ୟ, କଳା, ସଂସ୍କୃତି ଏବଂ ହସ୍ତତନ୍ତ ଆଜି ବିଶ୍ୱଦରବାରରେ ଓଡିଶା ରାଜ୍ୟକୁ ଗୌରବାନ୍ୱିତ କରିଆସୁଛି । ଏଠାକାର ଆଦିବାସୀ କଳା ଏବଂ ସଂସ୍କୃତିକୁ ପୁନର୍ଜୀବିତ କରିବା ସହ ଏହାର ପ୍ରଚାରପ୍ରସାର ପାଇଁ ରାଜ୍ୟସରକାର ୧୯୯୬ ମସିହାରୁ ଆଦିବାସୀ ଲୋକ ମହୋତ୍ସବ ପରବର ଶୁଭାରମ୍ଭ କରିଥିଲେ । ପ୍ରତ୍ୟକ ବର୍ଷ ନଭେମ୍ବର ମାସରେ କୋରାପୁଟ ଜିଲ୍ଲାରେ ଏହି ଲୋକ ମହୋତ୍ସବ ପାଳିତ ହୋଇଥାଏ । ପ୍ରତି ପଂଚାୟତ ଏବଂ ବ୍ଲକ ସ୍ତରରେ ବିଭିନ୍ନ ଲୋକ କଳା, ଆଦିବାସୀ ପାରମ୍ପରିକ ଢେମସା ନୃତ୍ୟ, ଲୋକ ସଂଗୀତ, ବାଦ୍ୟ ଏବଂ ଖେଳକୁଦର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏବଂ ଏଥିରେ ବିଜୟୀ ପ୍ରତିଯୋଗୀଙ୍କୁ ଆସନ୍ତା ୨୫ ରୁ ୨୭ ତାରିଖରେ ମଧ୍ୟରେ କୋରାପୁଟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମଂଚ ମିଳିଥାଏ । ଏହି ଅବଧି ମଧ୍ୟରେ କୋରାପୁଟ ପରବ ପଡିଆଠାରେ ପଲ୍ଲୀଶ୍ରୀ ମେଳାର ମଧ୍ୟ ଆୟୋଜନ ହୋଇଥାଏ । ଏଥିରେ ବିଭିନ୍ନ ଷ୍ଟଲ ଲାଗିବା ସାଙ୍ଗକୁ ଦେଶର ବିଭିନ୍ନ ପ୍ରସିଦ୍ଧି ଲାଭ କରିଥିବା ହସ୍ତତନ୍ତ, କ୍ରାଫ୍ଟ, ଖାଦ୍ୟ ସାମଗ୍ରୀ ଭଳି ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ବିକ୍ରି କରିବାର ପ୍ଲାଟଫର୍ମ ବ୍ୟବସାୟୀଙ୍କୁ ମିଳିଥାଏ । ଲକ୍ଷାଧିକ ସଂଖ୍ୟାରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ଲୋକଙ୍କ ସମାଗମ ହୋଇଥାଏ ।

ଢେମସା ନୃତ୍ୟ

ଏହି ଆଧାରରେ କୋଟପାଡ ବ୍ଲକରେ ପରବ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଟପାଡ଼ ବିଧାୟିକା ଶ୍ରୀମତି ପଦ୍ମିନୀ ଦିଆନ, ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଏବଂ ବ୍ଲକ ଅଧ୍ୟକ୍ଷ ଶ୍ରୀମତି କମଳା ଭତରାଙ୍କ ଉପସ୍ଥିତିରେ ସ୍ଥାନୀୟ ମାଉଲି ମନ୍ଦିର ପ୍ରାଙ୍ଗଣରୁ ବିଭିନ୍ନ ଆଦିବାସୀ ନୃତ୍ୟ ସହ ଏକ ମସାଲା ଯାତ୍ରା ବାହାରି ଥିଲା । ଏହା ସହର ପରିକ୍ରମା କରିବା ପରେ ବିଧିବଦ୍ଧ ଭାବେ କୋଟପାଡ଼ ବ୍ଲକ କାର୍ଯ୍ୟାଳୟରେ ପରବ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମଂଚରେ ବିଭିନ୍ନ ଆଦିବାସୀ ଲୋକ କଳା, ନୃତ୍ୟ, ସଂଗୀତ ଏବଂ ସଂସ୍କୃତିକୁ ନେଇ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ପରବର୍ତୀ ପର୍ଯ୍ୟାୟରେ ବଦାନ୍ୟ ଅତିଥିଙ୍କ ଦ୍ୱାରା ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ବିଧାୟିକା ପଦ୍ମିନୀ ଦିଆନ ଏବଂ ବ୍ଲକ ଅଧ୍ୟକ୍ଷା କମଳା ଭତରା ମିଳିତ ଭାବେ ମଂଚ ଉପରେ ଢେମସା ନୃତ୍ୟ କରୁଥିବା ନଜର ଆସିଥିଲେ । ଏଥିରେ କୋଟପାଡ଼ ବ୍ଲକର ଶତରଟି ପଂଚାୟତର ପ୍ରତିଯୋଗୀ ସାମିଲ ହେବା ସହ ବିପୁଳ ମାତ୍ରାରେ ଲୋକେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା ।

ରିପୋର୍ଟ : କୋରାପୁଟରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା