ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶାକୁ ମିଳିଲା ରୌପ୍ୟ ପଦକ…

ଜଗତସିଂହପୁର, ୧୪ ନଭେମ୍ବର : ଚଳିତବର୍ଷ ୩୩ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଗୋଆରେ ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ଖୋ ଖୋ ଦଳ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ୫ ଜଣ ଖେଳାଳି ଭାଗ ନେଇଥିଲେ । ପୁରୁଷ ଦଳରେ ଦେବେନ୍ଦ୍ର ନାଥ, ନିରଞ୍ଜନ ସାମଲ ଓ ମହିଳା ଦଳରେ ସସ୍ମିତା ନାଥଶର୍ମା, ମଧୁସ୍ମିତା ଓଝା, ସ୍ମରଣିକା ସାହୁ ଅଂଶ ଗ୍ରହଣ କରିଥିଲେ । ଉଭୟ ଦଳ ରନର୍ସ ଅପ୍ ହେବା ସହ ସିଲଭର ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି । ଏହି ଅବସରରେ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ସଂସଦରେ ସଭାପତି ପାରୁଲ ପଟୱାରୀ ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଚ୍ ଭୁବନାନନ୍ଦ ଦାସ ଓ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଉପସ୍ଥିତ ରହି ଖେଳାଳିମାନେ ଭବିଷ୍ୟତରେ ଆହୁରି ଭଲ ଖେଳିବା ପାଇଁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ