ପିତୃମାତୃହୀନ ଶିଶୁମାନଙ୍କ ସହ ଦୀପାବଳି ଉତ୍ସବ ପାଳିଲେ ଗଜପତି ଜିଲ୍ଲାପାଳ…

ଗଜପତି : ଶିଶୁଯତ୍ନ ଅନୁଷ୍ଠାନର ପିତୃମାତୃହୀନ ଶିଶୁମାନଙ୍କ ସହ ଦୀପାବଳି ଉତ୍ସବ ପାଳିଲେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ । ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ଉତ୍କଳ ବାଳାଶ୍ରମ ଏବଂ ପ୍ରାଉଡ଼ ବାଳିକା ଶିଶୁଯତ୍ନ ଅନୁଷ୍ଠାନର ୬୭ ଜଣ ମାତୃପିତୃହୀନ ଶିଶୁଙ୍କ ସହ ଅନୁଷ୍ଠାନ ପ୍ରାଙ୍ଗଣରେ ଦୀପ ଜାଳି ଦୀପାବଳି ପର୍ବ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶିଶୁମାନଙ୍କୁ ସବୁଜ ବାଣ ଏବଂ ମିଠା ବଣ୍ଟନ କରିଥିଲେ । ପିଲାମାନଙ୍କ ସହିତ ସିଧାସଳଖ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ କଥାହୋଇ ପିଲାମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅନୁଷ୍ଠାନରେ ଥିବା ରହଣି ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ଡ଼ମ୍ବରୁଧର ବଳବନ୍ତ ଏବଂ ଉତ୍କଳ ବାଳାଶ୍ରମ ଓ ପ୍ରାଉଡ଼ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା