ଏଲିଗାଣ୍ଟ ଇଣ୍ଟେରିଅର୍ସ ଶୋ’ ରୁମର ଶୁଭ ଉଦଘାଟନ…

ଭୁବନେଶ୍ବର : ସ୍ବପ୍ନର ଘରଟିଏ ତିଆରି କରିସାରିବା ପରେ ଆଜିକାଲିର ଚାକଚକ୍ୟ ଦୁନିଆରେ ସମସ୍ତେ ଘର ଭିତର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଘର ଭିତର ସୁସଜ୍ଜିତ କରିବା ପାଇଁ ଟ୍ୱିନ୍ ସିଟିର ମଧ୍ୟ ଭାଗ ନନ୍ଦନକାନନ ତ୍ରିଶୁଳିଆ ରାସ୍ତାରେ “ଏଲିଗାଣ୍ଟ ଇଣ୍ଟେରିଅର୍ସ” ନାମରେ ଏକ ବିଶାଳ ଶୋ’ ରୁମର ଶୁଭ ଉଦଘାଟନ ହୋଇଯାଇଛି l ଏହି ଅବସରରେ ଓଲିଉଡ଼ର ଆଗଧାଡିର ଚୁଲବୁଲି ନାୟିକା ସୁପ୍ରିୟା ନାୟକ ଯୋଗ ଦେଇ ଶୋ’ ରୁମର ଶୁଭ ଉଦଘାଟନ କରିଥିଲେ l ଟ୍ୱିନ୍ ସିଟିର ମଧ୍ୟ ଭାଗ ଅଞ୍ଚଳର ଅଧିବାସୀଙ୍କ ସୁବିଧା ପାଇଁ ଉଦ୍ୟୋଗୀ ବିଶ୍ୱରଞ୍ଜନ ରାୟ ଏପରି ଏକ ବିଶାଳ ଶୋ’ ରୁମ୍ ଶୁଭାରମ୍ଭ କରିଥିବାରୁ ଅଞ୍ଚଳବାସୀ ଢେର ପ୍ରଶଂସା କରିଛନ୍ତି l
ଗୋଟିଏ ଶୋ’ ରୁମରୁ ସମସ୍ତ ନାମୀଦାମୀ କମ୍ପାନୀର ପ୍ରଡକ୍ଟ ଯଥା :- ପ୍ରେଷ୍ଟିଜ ଅଲଟ୍ରାଫ୍ରେଶ ମୋଡୁଲାର କିଚେନ, କ୍ୟାପ୍ସ କମ୍ପାନୀର ଚି଼ମନି ଏବଂ ଗ୍ୟାସ ଷ୍ଟୋଭ, ଗ୍ଲେନ୍ ଚି଼ମନି ଏବଂ ଗ୍ୟାସ ଷ୍ଟୋଭ, ୟୁରେକା ଫୋବ୍ସ ୱାଟର ପ୍ୟୁରିଫାୟର ଓ ଭାକ୍ୟୁମ୍ କ୍ଲିନର, ସୋମାନୀ ସାନିଟାରୀ, ଜନସନ୍ ପେଡ୍ଡାର, ଗୋଡ୍ରେଜ୍ କମ୍ପାନୀର କବାଟ କ୍ୟାମେରା ଏବଂ ସିସିଟିଭି, ଆଇଲିପ୍ ଷ୍ଟିଲର କବାଟ ଓ ଝରକା, ରେକ୍ ଲାଡ କମ୍ପାନୀର ଆଲୁମିନିୟମ ସ୍ଲାଇଡ଼ର କବାଟ ଓ ଝରକା ଇତ୍ୟାଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି ଏଲିଗାଣ୍ଟ ଇଣ୍ଟେରିୟର୍ସର ମାଲିକ ବିଶ୍ୱରଞ୍ଜନ ରାୟ କହିଛନ୍ତି l
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ