ଓଡିଶା

ତେଜିଲା ଶ୍ରୀମନ୍ଦିରର ଚରିଦ୍ୱାର ଖୋଳିବା ପ୍ରସଙ୍ଗ । ସତ୍ୟାଗ୍ରହ ଆରମ୍ଭ କଲା କଂଗ୍ରେସ…

ଆଠମଲ୍ଲିକ : ଓଡ଼ିଶା କଂଗ୍ରେସ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଓଡିଶାର ତୀର୍ଥକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିରର ଚରିଦ୍ୱାର ଖୋଳିବା, ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାର ଗଣିବା, ଭଣ୍ଡାର ଘର ମରାମତି କରିବା, ବେଦାନ୍ତକୁ ବିକ୍ରି ହୋଇଥିବା ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଚାଷ ଜମିକୁ ଫେରି ପାଇବା ପ୍ରତିବାଦରେ ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋରନଗର ଓ ଠାକୁରଗଡ଼ ଜଗନ୍ନାଥ ମନ୍ଦିରରେ କଂଗ୍ରେସ ତରଫରୁ ମଧ୍ୟ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ଠାକୁରଗଡ଼ ପଞ୍ଚାୟତର କଂଗ୍ରେସ ସଭାପତି ଅନାମ ଚରଣ ସ୍ୱାଇଁଙ୍କ ସଭାପତିତ୍ବରେ ଠାକୁରଗଡ଼ ଗଣେଶ ବଜାରରୁ ନାମ ସଙ୍କୀର୍ତ୍ତନ ବାଦ୍ୟର ତାଳେ ତାଳେ ମଶାଲ ଶୋଭାଯାତ୍ରାରେ ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚି ମନ୍ଦିର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ଆଶିଷ ଭିକ୍ଷା କରିଥିଲେ । ଏହି ଅବସରରେ ଜିଲ୍ଲା ଉପସଭାପତି ଶତ୍ରୁଘ୍ନ ସାହୁ, ପଞ୍ଚାୟତ ସଭାପତି ଅନାମ ଚରଣ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଗିରିଶ ଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ସଭାପତି ଭଗବାନ ସାହୁ, ତ୍ରିପୁରା ସାହୁ, ବସନ୍ତ ସାହୁ, ବିପିନ ସାହୁ, ନାରାୟଣ ବିଶ୍ଵାଳ, ମହେନ୍ଦ୍ର ସାହୁ, ବିଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିରୋଧରେ ଗର୍ଜିଥିଲେ ।

ରିପୋର୍ଟ : ଆଠମଲ୍ଲିକରୁ ଧନଞ୍ଜୟ ନାୟକ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା