ଶିକ୍ଷା ବିଭାଗର ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସଭାଗୃହରେ ଶିକ୍ଷା ବିଭାଗର ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ବିଦ୍ୟାଳୟର ଭିତ୍ତିଭୂମି, ଶୌଚାଳୟ, 5T ବିଦ୍ୟାଳୟର କାର୍ଯ୍ୟ ସମ୍ବନ୍ଧୀୟ ତାଦରଖ, ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହାସହ ବିଭିନ୍ନ ସମସ୍ୟାର କିପରି ସମାଧାନ କରାଯାଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏଥିରେ ବିଇଓ ରୁଦ୍ର ନାରାୟଣ ସାହୁ, ଏବିଡିଓ ନିରଞ୍ଜନ ବେହେରା, କୋଦଳା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜୟଦେବ ନାୟକ, ଏବିଇଓ ଜୟଦେବ ଜେନାଙ୍କ ସମେତ ସମସ୍ତ ସିଆରସିସି, ବିଆରସିସି ଉପସ୍ଥିତ ରହିଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ