ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଗତସିଂହପୁର : ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଅନୁଷ୍ଠିତ ହୋଇଯାଇଛି ଭୂମିପୂଜନ l ଚଳିତବର୍ଷ କଳିଙ୍ଗ ବାଲିଯାତ୍ରାକୁ ଧୁମଧାମରେ ପାଳନ କରାଯିବା ନେଇ ବାଲିଯାତ୍ରା କମିଟି ତରଫରୁ ସୂଚନା ମିଳିଛି l ଭୂମିପୂଜନ କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ପାରାଦୀପ ପୌରାଧ୍ୟକ୍ଷ ଓ ବାଲିଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l ଏଥର କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆଠଦିନ ଧରି ଆୟୋଜିତ ହେବାକୁ ଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ପ୍ରଶାସନ ସଜାଗ ରହିଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଏହାସହ କଳିଙ୍ଗ ବାଲିଯାତ୍ରାକୁ ସରସ ସୁନ୍ଦର କରିବାପାଇଁ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଷ୍ଟଲ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ବାଲିଯାତ୍ରା କମିଟି ତରଫରୁ ସୂଚନା ମିଳିଛି l
ରିପୋର୍ଟ : ଜଗତସିଂହପୁରରୁ ରୀତା ସାହୁ