ନେକ୍ସସ୍ ଏସ୍ପ୍ଲାନେଡ୍ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେସନ ଉନ୍ମୋଚନ କରିଛି ଷ୍ଟାଟିକ୍…

ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟୱାର୍କ ଷ୍ଟାଟିକ୍ ପକ୍ଷରୁ ଭୁବନେଶ୍ୱରର ନେକ୍ସସ୍ ଏସପ୍ଲାନେଡରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେସନର ଶୁଭାରମ୍ଭ କରାଯାଇଛି । ଓଡିଶାରେ ଏହାର ବୈପ୍ଳବିକ ପରିବର୍ତ୍ତନ ଦେଶର ସର୍ବବୃହତ୍ ଇଭି ଚାର୍ଜିଙ୍ଗ୍ ନେଟ୍ୱର୍କ ଭାବେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସକ୍ଷମ ହୋଇଛି । ନେକ୍ସସ୍ ଏସପ୍ଲାନେଡ୍-ବେସମେଣ୍ଟ ବି୧ରେ ଅବସ୍ଥିତ ଏହି ଅତ୍ୟାଧୁନିକ ଚାର୍ଜିଙ୍ଗ୍ ଷ୍ଟେସନରେ ଦୁଇଟି ୬୦ କେଡବ୍ଲ୍ୟୁ ଇଭି ଚାର୍ଜର୍ ରହିଛି । ଏହି ଉତ୍କୃଷ୍ଟ ଭିତ୍ତିଭୂମି ବିବିଧ ଇଭି ଟେକ୍ନୋଲୋଜିଗୁଡିକ ସହିତ ଏକ ବିସ୍ତୃତ ଶୃଙ୍ଖଳାର ଚାରି ଚକିଆ ଯାନ ପାଇଁ ଚାର୍ଜିଙ୍ଗ୍ ଆବଶ୍ୟକତାକୁ ପୂରଣ କରିବ । ଏଥିରେ ପ୍ରତ୍ୟେକ ଗନ୍ ଏକ ଇଲେକଟ୍ରିକ୍ କାରକୁ କେବଳ ୪୫ ମିନିଟରେ ୮୦% ଏସଓସି ପର୍ଯ୍ୟନ୍ତ ରିଚାର୍ଜ କରିବା ପାଇଁ ସୁସଜ୍ଜିତ ରହିଛି, ଯାହାକି ଆଜିର ଦ୍ରୁତ ଗତିଶୀଳ ସମାଜ ପାଇଁ ସୁବିଧାଜନକ ଚାର୍ଜିଙ୍ଗ୍ ସକ୍ଷମ କରୁଛି ।

ଏହି ସଫଳତା ସମ୍ପର୍କରେ ନିଜର ଉତ୍ସାହକୁ ବ୍ୟକ୍ତ କରି ଷ୍ଟାଟିକର ସହପ୍ରତିଷ୍ଠାତା ଓ ସିଇଓ ଅକ୍ଷିତ୍ ବଂଶଲ କହିଛନ୍ତି, “ନେକ୍ସସ୍ ଏସ୍ପ୍ଲାନେଡ୍ରେ ଆମର ଚାର୍ଜିଙ୍ଗ୍ ଷ୍ଟେସନର ଉଦ୍ଘାଟନ ସମସ୍ତ ଭାରତୀୟଙ୍କ ପାଇଁ ସ୍ଥାୟୀ ପରିବହନକୁ ଲୋକଙ୍କ ନିକଟତର କରିଛି । ଆମର ଷ୍ଟେସନଗୁଡିକୁ ରଣନୈତିକ ଭାବେ ନେକ୍ସସ୍ ଏସ୍ପ୍ଲାନେଡ୍ ଭଳି ଅଧିକ ଟ୍ରାଫିକ୍ ଥିବା ଅଂଚଳଗୁଡିକରେ ଅବସ୍ଥାପିତ କରି, ଆମେ ଚାର୍ଜିଙ୍ଗ୍ ଏକ ପାରମ୍ପରିକ ଯାନରେ ଇନ୍ଧନ ଭରିବା ଭଳି ସାଧାରଣ ଓ ବାଧାମୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଏକ ଅତ୍ୟାଧୁନିକ ଚାର୍ଜିଙ୍ଗ୍ ସଲ୍ୟୁସନ ପ୍ରଦାନ କରି ଗର୍ବିତ ଯାହା ସରକାରଙ୍କ ଶକ୍ତି ରୂପାନ୍ତରଣ ନୀତି ସହ ଜଡିତ ରହିଛି । ଏହି ଷ୍ଟେସନ ଆମ ଦେଶ ପାଇଁ ଏକ ସବୁଜ, ସ୍ୱଚ୍ଛ ଭବିଷ୍ୟତ ସୃଷ୍ଟି କରିବା ଲାଗି ଆମର ସମର୍ପଣ ଭାବକୁ ସୂଚିତ କରୁଛି ।”
ସେହିପରି ନେକ୍ସସ୍ ଏସ୍ପ୍ଲାନେଡ୍ର ସେଣ୍ଟର ଡାଇରେକ୍ଟର ପାର୍ଥ ପ୍ରତିମ୍ ନାୟକ କହିଛନ୍ତି, “ଆମେ ନେକ୍ସସ୍ ଏସ୍ପ୍ଲାନେଡ୍ରେ ଏହି ଆଧୁନିକ ଇଭି ଚାର୍ଜିଙ୍ଗ ଷ୍ଟେସନର ଶୁଭାରମ୍ଭ କରିବା ପାଇଁ ଷ୍ଟାଟିକ୍ ସହ ସହଭାଗିତା କରି ଆନନ୍ଦିତ । ଆମେ କାର୍ବନ ନିର୍ଗମନ ଓ ପରିବେଶ ଜନିତ ପ୍ରଭାବ ହ୍ରାସ କରିବା କ୍ଷେତ୍ରରେ ଇଲେକ୍ଟ୍ରିକ୍ ଯାନଗୁଡିକ ତୁଲାଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭଲ ଭାବରେ ବୁଝିଛୁ । ଇଭି ଚାର୍ଜିଙ୍ଗ୍ ସୁବିଧା ପ୍ରଦାନ କରି ଆମେ ସହରର ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡିକରେ ଯୋଗଦାନ ଦେଇ ଆମର ଗ୍ରାହକଙ୍କୁ ଏକ ବାଧାମୁକ୍ତ ଓ ସ୍ଥାୟୀ ଯାତାୟତ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ।’
ଦେଶବ୍ୟାପୀ ୭୦୦୦ ଚାର୍ଜିଙ୍ଗ ଷ୍ଟେସନ ନିୟୋଜିତ କରିବାର ଏକ ପ୍ରଭାବୀ ରେକର୍ଡ ସହିତ ଷ୍ଟାଟିକ୍ ଟିୟର ୧, ଟିୟର ୨ ଓ ଟିୟର ୩ ସହରଗୁଡିକରେ ଇଲେକଟ୍ରିକ ଯାନଗୁଡିକର ଏକ ବିବିଧ ଶୃଙ୍ଖଳା ପାଇଁ ଚାର୍ଜିଙ୍ଗ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଏକ ଅଗ୍ରଗାମୀରେ ପରିଣତ ହୋଇଛି । ଶୀର୍ଷ ସ୍ତରର ଗୁଣବତ୍ତା ଓ ଉପଲବ୍ଧତା ପ୍ରଦାନ କରିବା ପାଇଁ ଏକ ପ୍ରତିବଦ୍ଧତା ସହିତ ଷ୍ଟାଟିକ୍ ୨୦୨୫ ସୁଦ୍ଧା ୨୦,୦୦୦ ଇଭି ଚାର୍ଜିଙ୍ଗ ଷ୍ଟେସନ ନିୟୋଜିତ କରିବାର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟ ଜାରି ରଖିଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ