ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ମିଳିଲା ସାମାପା ସମ୍ମାନ…

ନୂଆଦିଲ୍ଲୀରେ ପ୍ରସିଦ୍ଧ ସନ୍ତୁର ବାଦକ ସ୍ବର୍ଗତ ପଦ୍ମଶ୍ରୀ ଭଜନ ସୋପାରୀଙ୍କ ନାମରେ ସପୋରୀ ଏକାଡେମୀ ଅଫ୍ ମ୍ୟୁଜିକ ଆଣ୍ଡ ପରଫରମିଙ୍ଗ ଆର୍ଟ୍ସ ଆନୁକୂଲ୍ୟରେ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନୂଆଦିଲ୍ଲୀସ୍ଥିତ କମାନୀ ଅଡ଼ିଟୋରିୟମରେ ଅନୁଷ୍ଠିତ ଏହି ଉତ୍ସବରେ “ପରିଚୟ ଫାଉଣ୍ଡେସନ”ର ପ୍ରତିଷ୍ଠାତା ସଭାପତି ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ମଧ୍ୟ ସାମାପା (SaMaPa) ସମ୍ମାନରେ ସମ୍ମାନିତ କରାଯାଇଛି l କଳା ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଡ଼. ପାଟ୍ଟଶାଣୀ ମିଶ୍ରଙ୍କ ବ୍ୟତୀତ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି l
ରିପୋର୍ଟ : ଅଭିଜିତ୍ ସିଂ