ଓଡିଶା

ଲତିକା ପ୍ରଧାନଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ନିକଟତର ହେଉଛନ୍ତି ନେତା…

ବେଗୁନିଆପଡା : ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ଏ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକର ସାଙ୍କୁଡ଼ା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜଗତେଶ୍ୱର ମନ୍ଦିର ଉନ୍ନତିକରଣ, ଓଁ ଶାନ୍ତି ପ୍ରାଥନା ଗୃହ, କୁମୁଟି କୋଠଘର, ଗୁଣ୍ଡିଚା ମନ୍ଦିରର ପୁନଃରୁଦ୍ଧାର, ଚଣ୍ଡପଲି କଲ୍ୟାଣ ମଣ୍ଡପ କାର୍ଯ୍ୟର ଶିଳାନ୍ୟାସ ସହ ସାଙ୍କୁଡ଼ାରେ ବ୍ୟୟାମଶାଳାର ଶୁଭ ଉଦଘାଟନ କରିଥିଲେ ବିଧାୟିକା । ଏହାପରେ ସୁମଣ୍ଡଳ ପଞ୍ଚାୟତ ବଜାରରେ ଥିବା ଗ୍ରାମ ପଞ୍ଚାୟତ ସହାୟତା କେନ୍ଦ୍ର ଓ କାଳୁଆ ଷଣ୍ଢ ମନ୍ଦିର ନିକଟରେ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିବା ସହ ଗୁଣ୍ଡିଚା ମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବିଧାୟିକା ।

ସାଙ୍କୁଡ଼ା ଜଗନ୍ନାଥ ମନ୍ଦିର ନିକଟ ଏବଂ ସୁମଣ୍ଡଳ ବଜାରରେ ଏକ ପଥପ୍ରାନ୍ତ ସଭା କରାଯାଇ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରଙ୍କ ଯୋଜନା ତଥା ନଵୀନ ବାବୁଙ୍କ ଭାବମୂର୍ତ୍ତି ଓ ବିକାଶ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟିକାଙ୍କ ସମେତ ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ପ୍ରତିନିଧି ଜୟରାମ ସ୍ୱାଇଁ, ହୃଷିକେଶ ପାତ୍ର, ବେଗୁନିଆପଡା ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ବ୍ଲକ ସଭାପତି ସିମାଞ୍ଚଳ ସାମଲ, ଆତ୍ମା ଅଧକ୍ଷ ବିଜୟ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ସାଙ୍କୁଡ଼ା ସରପଞ୍ଚ ସୁଷମା ତିଆଡ଼ି, ସମିତି ସଭ୍ୟା ଜୟନ୍ତୀ ସ୍ୱାଇଁ, ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ସମିତି ସଭ୍ୟ ସନ୍ତୋଷ କୁମାର ସାହୁ, ସମାଜସେବୀ ମହେଶ୍ୱର ବରାଡ଼, ମହେନ୍ଦ୍ର କୁମାର ଗୌଡ଼ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା