ଢେଙ୍କାନାଳରେ ଧୁମଧାମରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଧୁମଧାମରେ ପାଳିତ ହୋଇଛି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା । ଚଳିତବର୍ଷ ୧୩ଟି ପୂଜା ଅନୁଷ୍ଠାନରେ ମା ଲକ୍ଷ୍ମୀଙ୍କ ଆବାହନ କରାଯାଉଥିବା ବେଳେ ଦଶଟି ମେଢ଼ ଭଷାଣିରେ ଯୋଗଦେବେ ବୋଲି ଜଣାପଡିଛି । ମା ଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳର ଲୋକପ୍ରିୟ ସାଂସଦ ମହେଶ ସାହୁ ହିନ୍ଦୋଳ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ଶୁଭକାମନା ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥର ହିନ୍ଦୋଳ ଏନଏସିର ୱାର୍ଡନଂ -୧୪ ର ମାଆ ଲଷ୍ମୀ ପୂଜାନୁଷ୍ଠାନ, ୱାର୍ଡନଂ -୧୨ ର ବନମାଳୀପୁର, ନୂତନପଟଣା “ଗ” ରାଧାକୃଷ୍ଣ ଲଷ୍ମୀପୂଜା କମିଟି ୱାର୍ଡନଂ -୧୧, ନୂତନପାଟଣା “କ” ଓ “ଖ” ୱାର୍ଡନଂ -୧୦, ମୀରାବାଜାର ଓ କଳ୍ପନାବଜାର ୱାର୍ଡନଂ -୮, ଲଷ୍ମୀବଜାର ୱାର୍ଡନଂ -୪, ବସଷ୍ଟାଣ୍ଡ ୱାର୍ଡନଂ -୩, ରାଧାନାଥପୁର ୱାର୍ଡନଂ -୧, କାରିଗରସାହି ୱାର୍ଡନଂ-୭ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଛନ୍ତି । ଏହିସବୁ ପୂଜାମଣ୍ଡପ ଗୁଡିକରେ ଆକର୍ଷଣୀୟ ମୂର୍ତ୍ତି, ମେଢ଼, ସାଜସଜ୍ଜା ଓ ଲାଇଟସଜ୍ଜା ହିନ୍ଦୋଳ ସହରକୁ ଆହୁରି ଆକର୍ଷଣୀୟ କରିଛି । ସେହିଭଳି ହିନ୍ଦୋଳ ଉପଖଣ୍ଡର ବିଭିନ୍ନ ସ୍ଥାନରେ ମଧ୍ୟ ଲଷ୍ମୀପୂଜା ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହିତ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବାବେଳେ ଏ ନେଇ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା