ଦୀପାବଳୀ ପର୍ଯ୍ୟନ୍ତ ‘ଭିସାଜ ବେଷ୍ଟ ଇନ୍ ବିଉଟି ୟୁନିସେକ୍ସ ସେଲୁନ୍’ରେ ଫ୍ଲାଟ୍ ୩୦ % ରିହାତି…

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବବିହାରସ୍ଥିତ ଏସ୍.ବି.ଆଇ ବ୍ୟାଙ୍କ ନିକଟରେ ଭିସାଜର ଏକ ନୂଆ ବ୍ରାଂଚ ‘ଭିସାଜ ବେଷ୍ଟ ଇନ୍ ବିଉଟି ୟୁନିସେକ୍ସ ସେଲୁନ୍’ ଖୋଲିଛି । ଏହି ଅବସରରେ ସମାଜସେବୀ ତଥା ବିଜେଡି କର୍ମୀ ମୀରା ପରିଡା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ନୂଆ ବ୍ରାଂଚକୁ ଉଦଘାଟନ କରିଛନ୍ତି । ଭିସାଜ ବିଉଟି ସଲେୁନ୍ ଆଣ୍ଡ ଏକାଡେମୀର ଏହି ନୂଆ ସେଲୁନ୍ ଓଡିଶାରେ ୧୪ ନମ୍ବର ସେଲୁନ୍ ହୋଇଥିବାବେଳେ ଭୁବନେଶ୍ୱରରେ ଏହା ହେଉଛି ତାଙ୍କର ସାତ ନମ୍ବର ୟୁନିସେକ୍ସ ସେଲୁନ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଭିସାଜ ବିଉଟି ସଲେୁନ ଆଣ୍ଡ ଏକାଡେମୀର ପରିଚାଳନା ମୁଖ୍ୟ ପ୍ରିୟଦର୍ଶିନୀଙ୍କ ସମେତ ଜୟଦେବ ବିହାର ବ୍ରାଂଚ ମୁଖ୍ୟ ଏବଂ ସେଲୁନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରୂପଶଯ୍ୟା ତଥା ସୌନ୍ଦର୍ଯ୍ୟ ବର୍ତମାନ ସମୟରେ ପ୍ରତ୍ୟେକ ମଣିଷଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଣତ ହୋଇଛି । ଭିସାଜ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୀପାବଳୀ ପର୍ଯ୍ୟନ୍ତ ସେଲୁନରେ ଫ୍ଲାଟ୍ ୩୦ % ରିହାତି ପ୍ରଦାନ କରାଯାଉଛି । ବିଶେଷ କରି Straightening, Hair extension, Nail extension, Hydra facial, Botox, Keratin, Hair spa, Hair cut ଆଦି ସର୍ଭିସଗୁଡିକ ଗ୍ରାହକ ସୁଲଭ ମୂଲ୍ୟରେ ପାଇପାରିବେ ବୋଲି ଭିସାଜର ପରିଚାଳନା ମୁଖ୍ୟ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ