ଓଡିଶା ବ୍ୟବସାୟ

ଚାନ୍ଦି ଭଣ୍ଡାରର ଦୀପାବଳି ଅଫର…

ଭୁବନେଶ୍ୱର : ଆଲୋକର ପର୍ବ ଦୀପାବଳି ଦେବୀ ଲକ୍ଷ୍ମୀଙ୍କ ସହ ଜଡ଼ିତ । ଦୀପାବଳି ଏବଂ ଧନତେରସରେ ଗହଣା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳେ । ଦୀପାବଳି ମାତ୍ର ଏକ ପର୍ବ କିମ୍ବା ପ୍ରଥା ନୁହେଁ, ଏହା ହେଉଛି ପରିବାର ଏବଂ ବନ୍ଧୁଜନଙ୍କୁ ଏକତ୍ର କରୁଥିବା ଏକ ସୁଯୋଗ । ଏହି ସେଲିବ୍ରେଶନକୁ ବଢ଼ାଇବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ଏହାର ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଶୁଭାରମ୍ଭ କରିଛି । ୯୨.୫ % ଶୁଦ୍ଧତାଯୁକ୍ତ ଷ୍ଟର୍ଲିଙ୍ଗ୍ ସିଲଭରରେ ଜିରକନ୍ ଖଚିତ ଏହି ଆକର୍ଷଣୀୟ ତଥା ଷ୍ଟାଇଲିସ୍ ଗହଣା ସମ୍ଭାର ସେମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ସେମାନଙ୍କ ଫ୍ୟାସନ୍ ଗେମକୁ ଯେକୌଣସି ନାଇଟ୍ ପାର୍ଟି କିମ୍ବା ସ୍ୱତନ୍ତ୍ର ଉତ୍ସବ ଓ ଫେଷ୍ଟିଭ୍ ଅବସରରେ ବଢ଼ାଇବାକୁ ଚାହାନ୍ତି । ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏ କଲେକ୍ସନ ଉଦ୍ଦିଷ୍ଟ । ଫାଇନ୍ ଜିରକନ୍ ଷ୍ଟୋନର ଚାତୁରିରେ ଅଳଙ୍କୃତ ‘ବ୍ଲିଙ୍ଗ୍ କଲେକ୍ସନ’ ଉଜ୍ଜ୍ୱଳ ଏବଂ ପେଷ୍ଟେଲ ରଙ୍ଗରେ ଶୁଦ୍ଧ ଷ୍ଟର୍ଲିଂ ରୁପାରେ ପ୍ରସ୍ତୁତ ।

ଉପହାର ବିନିମୟର ପ୍ରଥା ଭାବେ ଚାନ୍ଦି ଭଣ୍ଡାର ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ା ମଜୁରି ଉପରେ ୫୦ % ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଏ ଅଫର ନଭେମ୍ବର ୧୨ ପର୍ଯ୍ୟନ୍ତ ବୈଧ ରହିବ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା