ବେଗୁନିଆପଡା ବ୍ଲକ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ…

ବେଗୁନିଆପଡା : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ କରାଯାଉଛି । ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ସହିତ ଏକ ଦକ୍ଷ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଉଦ୍ଦେଶ୍ୟରେ ଏହି ସଚେତନତା ସପ୍ତାହ ପାଳନ କରାଯାଉଛି । ଏ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ସଚେତନତା କରାଯିବା ସହିତ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧିକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ, “ଯାହା ନୀତି ନୁହଁ ତାହା ଦୁର୍ନୀତି । ସମସ୍ତ ସରକାରୀ କର୍ମଚାରୀ ସେବା ମନୋଭାବ ନେଇ କାମ କରିବା ସହିତ ଲାଞ୍ଚ ଦେବା ନେବା ପ୍ରକ୍ରିୟାକୁ ପ୍ରଶ୍ରୟ ନ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଇନିସ୍ପେକ୍ଟର ନିରଞ୍ଜନ ରାଉତ, ବେଗୁନିଆପଡା ଏବିଡ଼ିଓ ନିରଞ୍ଜନ ବେହେରା, ଆକାଉଣ୍ଟ ଅଫିସର ଏମଡି. ଆଜାରୁଦ୍ଧିନ ଖାନ୍, ଭିଜିଲାନ୍ସ ହାବିଲଦାର ଜି. ସୁଦର୍ଶନ ଦୋରା, କନେଷ୍ଟବଳ ସୁରେଶ କୁମାର ସେଠିଙ୍କ ସମେତ ସରପଞ୍ଚ ସମିତି ସଭ୍ୟ, ସରକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ