ସୁସ୍ଥ ଜୀବନଶୈଳୀ ନିରାପଦ ଜୀବନର ମୂଳମନ୍ତ୍ର…

ଭୁବନେଶ୍ବର : ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ବ୍ରେନ୍ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ହସ୍ପିଟାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆମ୍ରି ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ, ଡାକ୍ତର ପିଆର ଭୂୟା, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଆକାଶ ଅଗ୍ରୱାଲ ଏବଂ ହସ୍ପିଟାଲର ଅନ୍ୟ ଡାକ୍ତରମାନେ ଏଥିରେ ଭାଗ ନେଇଥିଲେ । ବ୍ରେନ୍ ଷ୍ଟ୍ରୋକ୍ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ସହିତ ଷ୍ଟ୍ରୋକ୍ ସମ୍ପର୍କରେ ତାଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଏହି ଅବସରରେ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ ବ୍ରେନ୍ ଷ୍ଟ୍ରୋକ୍ ଠାରୁ ବର୍ତ୍ତିବା ପାଇଁ ସୁସ୍ଥ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଗୁରୁତ୍ଵ ଦେବା ସହିତ ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଡାକ୍ତର ପିଆର ଭୂୟା ପ୍ରତିଦିନ ଚାଲିବା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ସେ ସମ୍ପର୍କରେ କହିଥିଲେ । ଡାକ୍ତର ଆକାଶ ଅଗ୍ରୱାଲ ବ୍ରେନ୍ ଷ୍ଟ୍ରୋକର ପ୍ରାଥମିକ ଲକ୍ଷଣ ସମ୍ପର୍କରେ ଏବଂ ଡାକ୍ତର ସୁନୀଲ ପାତ୍ର ବ୍ରେନ୍ ଷ୍ଟ୍ରୋକ୍ ଚିକିତ୍ସା ପଦ୍ଧତି ସମ୍ପର୍କରେ କହିଥିଲେ ।

ଏହି ଅବସରରେ ଆମ୍ରି ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡ ଡାକ୍ତର ସିଦ୍ଧର୍ଥ ମିଶ୍ର ବ୍ରେନ୍ ଷ୍ଟ୍ରୋକ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲ ଭୁବନେଶ୍ଵରରେ ଉପଲବ୍ଧ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ବ୍ରେନ୍ ଷ୍ଟ୍ରୋକ ସମେତ ବିଭିନ୍ନ ପ୍ରକାର ବ୍ରେନ୍ ରୋଗର ଚିକିତ୍ସା କରିବା ପାଇଁ ଆମ୍ରି ହସ୍ପିଟାଲରେ ରହିଛି ସ୍ୱତନ୍ତ୍ର ବିଭାଗ । ଏଠାରେ ବ୍ରେନ୍ ଷ୍ଟ୍ରୋକର ସଫଳ ଚିକିତ୍ସା କରିବା ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ବୋଲି ପରାମର୍ଶ ଦେଇଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ