ଓଡିଶା

ଯାତ୍ରା ପାଇଁ ଅଧାବାଟରେ ଅଟକିଗଲା ଦମକଳ ଗାଡ଼ି

ବାଲିଆପାଳ : ଯାତ୍ରା ପାଇଁ ଅଧାବାଟରେ ଅଟକିଗଲା ଦମକଳ ଗାଡ଼ି । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଗାଡି ଅଟକିବା ପରେ ଦମକଳ ଗାଡିକୁ ମିଳିଥିଲା ରାସ୍ତା । ଫଳରେ ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିଲା ଦମକଳ ଗାଡି । ଏ ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରରେ ଥିବା ସିମୁଳିଆ ରାବଣ ପୋଡି ପଡିଆର । ଦଶହରା ପାଇଁ ଚାରିଆଡେ ଚାଲିଛି ଅପେରା ମଉଜ । ଆଉ ଅପେରା ଦେଖିବା ପାଇଁ ଲୋକଙ୍କ ଗହଳି ମଧ୍ୟ ବଢିବାରେ ଲାଗିଛି । ତେବେ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନର ଖାମଖିଆଲ ମନୋଭାବ ପାଇଁ ଏକ ଜରୁରୀ କାଳୀନ ଗାଡି ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ସୂଚନା ଅନୁସାରେ, ବାଲିଆପାଳ ବ୍ଲକରେ ଏକ ଷଣ୍ଢକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ସଦଳବଳେ ବାହାରିଥିଲେ । ମାତ୍ର ଲୋକଙ୍କ ଗହଳି ଭିତରେ ଫଶିଯାଇଥିଲେ । ଅପରପକ୍ଷେ ଏହି ଘଟଣା ପରେ ଲୋକେ ପ୍ରଶ୍ନ କରିଛନ୍ତି ଯେ, ଯଦି କୌଣସି ଆମ୍ବୁଲାନ୍ସ ଜରୁରୀ ପରିସ୍ଥିତିରେ ଏଭଳି ଫଶି ଯାଇଥାଆନ୍ତା ତେବେ ତାହାର ସମାଧାନ କଣ ହୋଇଥାଆନ୍ତା । ପାର୍ବଣ ସମୟରେ ପୋଲିସ ପ୍ରଶାସନର କୋହଳ ଚେକିଂ ପାଇଁ ଟ୍ରାଫିକ ସମସ୍ୟା ଉପଜିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।

ରିପୋର୍ଟ : ବାଲିଆପାଳରୁ ଚନ୍ଦନ ଅଣ୍ଡିଆ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା