ଦେଶ ବିଦେଶ

ଟ୍ରେନ୍ ଦୁର୍ଘଟଣା ପରେ ୪୫ଟି ଟ୍ରେନ୍ ବାତିଲ…

ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନରେ ହୋଇଥିବା ଟ୍ରେନ୍‌ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଥିବା ସ୍ପଷ୍ଟ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାପଡ଼ିଛି । ଅପରପକ୍ଷେ ମୃତକ ମଧ୍ୟରେ ଓଡ଼ିଶାର କେହି ନଥିବା ସୂଚନା ଦେଇଛନ୍ତି ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ. ମୟୂର ଅଶୋକ । ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

ଏ ନେଇ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ୪୫ଟି ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର- ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ବାତିଲ କରାଯାଇଛି । ବିଶାଖାପାଟଣାରୁ ଛାଡିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ମଧ୍ୟ ବାତିଲ ହୋଇଛି । ବିଶାଖାପାଟଣାରୁ ଯିବାକୁ ଥିବା ବିଶାଖାପାଟଣା-ପଲାସା ପାସେଞ୍ଜର ଓ ପଲାସାରୁ ଛାଡିବାକୁ ଥିବା ପଲାସା-ବିଶାଖାପାଟଣା ପାସେଞ୍ଜର ବାତିଲ କରାଯାଇଛି । ସେହିପରି ବିଶାଖାପାଟଣାରୁ ବାହାରୁଥିବା ବିଶାଖାପାଟଣା-ତିରୁପତି ଓ ତିରୁପତିରୁ ଛାଡୁଥିବା ତିରୁପତି-ବିଶାଖାପାଟଣା ଏକ୍ସପ୍ରେସ୍ ମଧ୍ୟ ଆଜି ଚାଲିବ ନାହିଁ । ଏହା ସହ ବ୍ରହ୍ମପୁର-ବିଶାଖାପାଟଣା ଓ ବିଶାଖାପାଟଣା ବ୍ରହ୍ମପୁର ଟ୍ରେନ୍ ଆଜି ପାଇଁ ବାତିଲ କରାଯାଇଛି ।

ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ ଚାଲିଛି । ଟ୍ରାକ ଉପରେ ବଗି ପଡି ରହିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମରାମତି ପାଇଁ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଅପରାହ୍ଣ ୪ଟା ସୁଦ୍ଧା ମରାମତି କାମ ଶେଷ ହେବ ବୋଲି ସିପିଆରଓ ସୂଚନା ଦେଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।