ପରିଚୟ ଫାଉଣ୍ଡେସନର ପରମ୍ପରା ସମ୍ମାନ ଉତ୍ସବ ଆୟୋଜିତ…

ବ୍ୟୁରୋ ରିପୋର୍ଟ : ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ପରିଚୟ ଫାଉଣ୍ଡେସନ ଆନୁକୂଲ୍ୟରେ ନବମ ପରମ୍ପରା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଡ.ରୋଜାଲିନ ପାଟଶାଣୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର କେନ୍ଦ୍ର ମନ୍ତ୍ରୀ କେ.ଜେ. ଆଲଫନ୍ସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଭି.ଏନ୍.ସିହ୍ନା, ପ୍ରଖ୍ୟାତ ଭାରତନାଟ୍ୟମ୍ ଗୁରୁ ପଦ୍ମଶ୍ରୀ ଗୀତା ଚନ୍ଦ୍ରନ, ପୂର୍ବତନ ବୈଦେଶିକ ସଚିବ ଅମରେନ୍ଦ୍ର ଖଟୁଆ, ପୂର୍ବତନ ସାଂସଦ ଡ.ସୁନୀଲ ବଳରାମ ଗାଏକୋଆଡ, ସୁପ୍ରିମ କୋର୍ଟର ବରିଷ୍ଠ ଅଧିବକ୍ତା ଡ. ମୁଜୁଲ ବର୍ମା, ପ୍ରଫେସର ମନୀଷ ଚୌଧୁରୀ, ସଭାପତି ରେସପେକ୍ଟ ଇଣ୍ଡିଆ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଠ ସମାଜସେବୀ ମାନସୀ ପ୍ରଧାନ, ବିଶିଷ୍ଟ ସମାଜସେବୀ ଏବଂ ଓଡ଼ିଶୀ ନୃତ୍ୟଗୁରୁ ଇଲିଆନା ସୀତାରିଷ୍ଟ ପ୍ରମୁଖ ଯୋଗଦାନ କରି ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଲବ୍ଧପ୍ରତିଷ୍ଠ ବ୍ୟକ୍ତିତ୍ବମାନଙ୍କୁ ସମ୍ମାନ ଏବଂ ଉପଢୌକନ ପ୍ରଦାନ କରିଥିଲେ l ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଟିମ୍ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ଏବଂ ଓଡ଼ିଶାର ହାତବୁଣା ଶାଢ଼ୀକୁ ପ୍ରୋତ୍ସାହନ କରିବାକୁ ମହିଳାମାନେ ଶାଢ଼ୀ ପରିହିତ ହୋଇ ଚାଲିଥିଲେ l

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ