ବାଲିଆପାଳ ବ୍ଲକରେ “ମୋ ମାଟି ମୋ ଦେଶ” ଉପଲକ୍ଷେ ଅମୃତ କଳସ ଯାତ୍ରା ଅନୁଷ୍ଠିତ…

ବାଲିଆପାଳ : ବାଲିଆପାଳ ବ୍ଲକରେ “ମୋ ମାଟି ମୋ ଦେଶ” ଉପଲକ୍ଷେ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକ୍ରମେ ଦିଲ୍ଲୀରେ ହେବାକୁ ଥିବା “ଅମୃତ ବାଟିକା”ପାଇଁ ବାଲିଆପାଳ ବ୍ଲକରେ ଖଗଡାପାଳ ଶିବ ମନ୍ଦିର ପ୍ରାଙ୍ଗଣରୁ “ମୋ ମାଟି ମୋ ଦେଶ” ପାଇଁ ସଂଗ୍ରହ ହୋଇଥିବା ମାଟି କଳସକୁ ମୁଣ୍ଡରେ ମୁଣ୍ଡାଇ ଖୋଳ କୀର୍ତନ ସହିତ ଭାରତ ମାତା କି ଜୟ ସ୍ଲୋଗାନ ଦେଇ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରା ବାଲିଆପାଳ ଡାକ ବଙ୍ଗଳାରେ ପହଂଚିଥିଲା l ସେଠାରେ କେଉଁମାନଙ୍କ ଉଦ୍ଦେଶ୍ୟରେ ମାଟି ସଂଗ୍ରହ ହୋଇଛି ସେ ନେଇ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା l ଅମୃତ କଳସ ଯାତ୍ରାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ତଥା ବସ୍ତା ନିର୍ବାଚନ ମଣ୍ଡଳୀ ନେତା ରଘୁନାଥ ମହାନ୍ତି, ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ମଣ୍ଡଳ ସଭାପତି ଲକ୍ଷ୍ମୀଧର ପ୍ରଧାନ, ଗଗନ ସାହୁ, କମଳ ଲୋଚନ ଦତ୍ତ, ସତ୍ୟାନନ୍ଦ ମହାନ୍ତି, ଯୁବନେତା ବିକାଶ ଗିରି, ଗୌରବ ଅଣ୍ଡିଆ, କ୍ଷିତିଶ ଜେନା, ପଞ୍ଚାୟତ ପ୍ରମୁଖ ଅଞ୍ଜନ ଗିରି, ନିମାଇଁ ଚରଣ ଦାସ, ଜଗନ୍ନାଥ ଗିରି, ଲମ୍ବୋଦର ଗିରି, ପ୍ରଭୁରାମ ରାଉତ, ଅଜୟ ଜେନା, କରୁଣାକର ଜେନା, ମୃତୁଞ୍ଜୟ ସାହୁ, ବିଜୟ ଜେନା, ମଞ୍ଜରୀ ଜେନାଙ୍କ ସହିତ ବହୁ ଲୋକଙ୍କ ସମାଗମ ହୋଇଥିଲା l ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହରାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ରିପୋର୍ଟ : ବାଲିଆପାଳରୁ ଚନ୍ଦନ ଅଣ୍ଡିଆ