ଟାଟାର ଶାଢ଼ି ବ୍ରାଣ୍ଡ ‘ତନେଇରା’ ଆଣିଛି ଏହାର ଫେଷ୍ଟିଭ୍ ଏଡିଟ ‘ଦ କୁଇନ୍ସ କଲେକ୍ସନ’ । ୨୦,୦୦୦ ଟଙ୍କାର ସପିଂରେ ରହିଛି ୦.୨ ଗ୍ରାମ ତନିସ୍କ ସୁନା ମୁଦ୍ରା ଅଫର…

ଭୁବନେଶ୍ୱର : ଚଳିତ ଦୀପାବଳି ସେଲିବ୍ରେସନକୁ ସ୍ୱତନ୍ତ୍ର କରିବାକୁ ଯାଇ ଟାଟାର ଶାଢ଼ି ବ୍ରାଣ୍ଡ ‘ତନେଇରା’ ଆଣିଛି ଏହାର ଫେଷ୍ଟିଭ୍ ଏଡିଟ ‘ଦ କୁଇନ୍ସ କଲେକ୍ସନ’ । ଭୁବନେଶ୍ୱର ଷ୍ଟୋରରେ ତନେଇରା ସିଇଓ ଅମ୍ବୁଜ ନାରାୟଣଙ୍କ ଉପସ୍ଥିତିରେ ନୂତନ ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଏହି କଲେକ୍ସନରେ ପିୟୋର୍ ସିଲ୍କର ବହୁବିଧ କ୍ଲଷ୍ଟରରେ ପ୍ରସ୍ତୁତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ହାତତିଆରି ଡିଜାଇନର ଶାଢ଼ିର ଆକର୍ଷଣୀୟ ରେଞ୍ଜ୍ ରହିଛି ।

ନୀଳ ଏବଂ ସବୁଜ ସେଡରେ ପ୍ରସ୍ତୁତ ଶାଢ଼ିଗୁଡ଼ିକ ପଦ୍ମ ଫୁଲ, ଧୀର ବର୍ଷା ଏବଂ ଜଳର ତରଳତା ଓ ଶାନ୍ତିକୁ କାବୁ କରିବାକୁ ଘୁରି ବୁଲୁଥିବା ମାଛ ଭଳି ମୋଟିଫରେ ସଜ୍ଜିତ । ଅଦମ୍ୟ ଶକ୍ତି ଏବଂ ସାହସିକତାକୁ ପ୍ରତିଫଳିତ କରୁଥିବା ଉଜ୍ଜ୍ୱଳ ଲାଲ ଓ ଭର୍ମିଲିୟନ ଶାଢ଼ି ଏହି ସମ୍ଭାରରେ ରହିଛି । ଧୂସର, ହଳଦିଆ ଏବଂ କମଳା ରଙ୍ଗ ଏହି ଶାଢ଼ିକୁ ପୃଥିବୀର ଛାୟା ଆଧାରରେ ଜୀବନ୍ତ କରି ତୋଳୁଛି । ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଦ୍ୱାରା ଅନୁପ୍ରାଣିତ ସୂକ୍ଷ୍ମ ମୋଟିଭ୍ ସହିତ ଏହା ଆସୁଛି, ଯାହାକି ଅଭିବୃଦ୍ଧି ଏବଂ ମାନ ବୃଦ୍ଧିର ପ୍ରତିଫଳନ ।
ଏହି କଲେକ୍ସନରେ ଥିବା ଉପାଦାନ ‘ଆକାଶ’ ଅସୀମ ସମ୍ଭାବନା ଏବଂ ବିସ୍ତୃତ ବିସ୍ତାରକୁ ପ୍ରତିପାଦିତ କରେ । ମେଘ, ଚନ୍ଦ୍ର ଏବଂ ତାରାଗୁଡିକର ସୂକ୍ଷ୍ମ ମୋଟିଫରେ ସୁସଜ୍ଜିତ ହୋଇ ଉଭୟ ସକାଳେ ଏବଂ ସନ୍ଧ୍ୟାରେ ରଙ୍ଗକୁ ଆଲିଙ୍ଗନ କରି ଅଦୃୃଶ୍ୟ ଆତ୍ମାକୁ ପରିପ୍ରକାଶ କରେ । ଏ କଲେକ୍ସନରେ ଭାରତର ବୟନ ଶିଳ୍ପ କ୍ଷେତ୍ରର ବିବିଧତା ଦେଖିବାକୁ ମିଳିବ । ଦୀପ୍ତିମାନ ଟସରଠାରୁ ଆରମ୍ଭ କରି ସାନଦାର ମୁର୍ସିଦାବାଦ ସିଲ୍କ, ଅଲୌକିକ ଅର୍ଗାଞ୍ଜା ଏବଂ କାଳଜୟୀ ବନାରସୀକୁ ଏହି କଲେକ୍ସନ ପ୍ରକାଶିତ କରୁଛି ।
ପାର୍ବଣ ଉପଲକ୍ଷେ ଷ୍ଟୋର ପକ୍ଷରୁ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ଗ୍ରାହକ ୨୦,୦୦୦ ଟଙ୍କାର ସପିଂ କରି ୦.୨ ଗ୍ରାମ ତନିସ୍କ ସୁନା ମୁଦ୍ରା ପାଇପାରିବେ । ଏହାସହିତ ଆହୁରି ଅନେକ ଆକର୍ଷଣୀୟ ଉପହାରମାନ ମଧ୍ୟ ରହିଥିବା ତନେଇରା ପକ୍ଷରୁ କୁହାଯାଇଛି ।
ରିପୋର୍ଟ :ଭୁବନେଶ୍ବରରୁ ଅଭିଜିତ୍ ସିଂ