ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜିତ…

ବାଲିଆପାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଜନ୍ମ ଦିବସ ଅବସରରେ ଏକ ମେଗା ରକ୍ତ ଦାନ ଶିବିର ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ଶାରୀରିକ ମହା ବିଦ୍ୟାଳରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବାଲିଆପାଳ ବ୍ଲକ୍ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାରର ମିଳିତ ଆନୁକୂଲ୍ୟରେ ବାଲିଆପାଳ ଶାରୀରିକ ମହାବିଦ୍ୟାଳୟରେ ଆୟୋଜିତ ସ୍ବେଚ୍ଛାକୃତ ବିଶାଳ ରକ୍ତଦାନ ଶିବିରରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ବିଜେଡି ନେତା ରବିନ୍ଦ୍ର ନାଥ ଅଣ୍ଡିଆ, ବିଜେଡି ନେତା ମହାଦେବ ଦାସ, ୧୪ ନମ୍ବର ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡି, ବାଲିଆପାଳ ସରପଞ୍ଚ ବନଲତା ଦାସ, ଦେଭୋଗ ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ, ଯୁବ ନେତା ପ୍ରଦୀପ କର, ତୁଶାରକାନ୍ତି ବେହେରା, କୁମ୍ଭାରୀ ସରପଞ୍ଚ ଜୟନାରାୟଣ ମହାପାତ୍ର, ମଧୁପୂରା ସରପଞ୍ଚ ଲମ୍ଭୋଧର ମାହାନା, ଘଣ୍ଟୁଆ ସରପଞ୍ଚ ସୁଶିଲ୍ ପ୍ରଧାନ, ବାଲିଆପାଳ ବିଜେଡି ସଭାପତି ଏସ୍ କେ ଦାଦୁ, ନିଖିରା ସରପଞ୍ଚ ଅଞ୍ଜନ କୁମାର ଗିରି, ଦେଉଳା ବିଜେଡି ନେତା ଅନନ୍ତ ବିଶ୍ବାଳ, ବିଷ୍ଣୁପୁର ବିଜେଡି ଯୁବ ସଭାପତି ହରିଶ୍ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୋଟ ୪୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

ରିପୋର୍ଟ : ବାଲିଆପାଳରୁ ଚନ୍ଦନ ଅଣ୍ଡିଆ