ଓଡିଶା ଦେଶ ବିଦେଶ

ବାଙ୍ଗାଲୋରରେ ଏଆଇ-ପ୍ରେରିତ ଫର୍ଟିଲିଟି ସେଂଟର୍ ଖୋଲିଲା ସନ୍ତାନ…

ଭୁବନେଶ୍ୱର : ସନ୍ତାନ ଫର୍ଟିଲିଟି ସେଂଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବେଙ୍ଗାଲୁରୁରେ ଏକ ଅତ୍ୟାଧୁନିକ ଫର୍ଟିଲିଟି କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ଫର୍ଟିଲିଟି ଯତ୍ନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କେନ୍ଦ୍ର ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ) ଭଳି ପ୍ରଯୁକ୍ତିଦ୍ୱାରା ପ୍ରେରିତ, ଯାହା ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ସୁଖ ପ୍ରଦାନ କରିବାରେ ସହାୟକ ହେବ । ଏହି କେନ୍ଦ୍ରର ଉଦଘାଟନ ସମାରୋହରେ ବିଶିଷ୍ଟ ଅତିଥି ଭାବେ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଡୁ ରାଓ, କର୍ଣ୍ଣାଟକର ଶିବାଜୀ ନଗର ବିଧାୟକ ରିଜୱାନ ଅର୍ସଦ ଓ ଶାନ୍ତିନଗର ବିଧାୟକ ଏନ୍ଏ ହାରିସ୍ ଉପସ୍ଥିତ ଥିଲେ ।

ଏହି ଅବସରରେ ସନ୍ତାନର ସହ ପ୍ରତିଷ୍ଠାତା ଓ ସିଇଓ ରାଘବ ପ୍ରସାଦ ପଣ୍ଡା କହିଛନ୍ତି ଯେ, “ବାଙ୍ଗାଲୋରରେ ମହିଳାଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ରୂପାନ୍ତରଣ ଆଣିବା ଦିଗରେ ଏହି ଯାତ୍ରାକୁ ନେଇ ଆମେ ବେଶ ଉତ୍ସାହିତ ।’’ କଂପାନି ସୁଲଭତା ପ୍ରତି ପ୍ରତିବଦ୍ଧ ରହିଛି ଯାହା ପ୍ରଯୁକ୍ତି ଓ ସୁଲଭ ପ୍ରୋଟୋକଲ୍ ବ୍ୟବହାର କରି ସୁନିଶ୍ଚିତ କରାଯାଉଛି । ଓଡ଼ିଶାର ସବୁଠୁ ଆଧୁନିକ ଫର୍ଟିଲିଟି କେନ୍ଦ୍ର ସ୍ଥାପନ କରି ଆମେ ଶହ ଶହ ଖୁସି ପରିବାର ସୃଷ୍ଟି କରିବା ସହ ସାରା ଦେଶରେ ତାହାକୁ ବ୍ୟାପକ କରିବା ଲାଗି ଏକ ପ୍ଲାଟଫର୍ମ ବିକାଶ କରିପାରିଛୁ । ପ୍ରଯୁକ୍ତି ଓ କରୁଣାର ମିଶ୍ରଣର ସେହି ପ୍ଲାଟଫର୍ମ ଆଧାରରେ ବାଙ୍ଗାଲୋର କେନ୍ଦ୍ରକୁ ସ୍ଥାପନ କରାଯାଇଛି ।

ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦେଉଥିବା ଏକ ସଂସ୍ଥା ଭାବେ ସନ୍ତାନ ପକ୍ଷରୁ ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ), ମେସିନ ଲର୍ଣ୍ଣିଂ (ଏମ୍‌ଏଲ୍‌) ଆଦି ପ୍ରଯୁକ୍ତିର ବ୍ୟବହାର କରି ଫର୍ଟିଲିଟି ସେବା ପ୍ରଦାନ କରାଯାଉଛି । ଏଆଇ ଓ ଏମ୍‌ଏଲ୍‌ର ଶକ୍ତିକୁ ବ୍ୟବହାର କରି ଏହା ଚିକିତ୍ସାର ପାରଦର୍ଶିତାରେ ଉନ୍ନତି ଆଣିଥିବା ବେଳେ ଫଳାଫଳ ହାରରେ ମଧ୍ୟ ଉନ୍ନତି ଆଣିପାରିଛି । ଦୀର୍ଘ ୯ ବର୍ଷରୁ ଅଧିକ ସମୟ ଧରି କଂପାନି ନିଃସନ୍ତାନ ଦମ୍ପତିଙ୍କ ସନ୍ତାନ ହେବା ଯାତ୍ରାର ସାଥୀ ହୋଇରହିଛି । ସନ୍ତାନର ଉତ୍ସର୍ଗୀକୃତ ଫର୍ଟିଲିଟି ସ୍ପେସିଆଲିଷ୍ଟ୍‌, ଦକ୍ଷ ନର୍ସ ଓ ସହାୟକ କର୍ମଚାରୀ ରହିଛନ୍ତି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା