ଓଡିଶା ବ୍ୟବସାୟ

ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର…

ଭୁବନେଶ୍ୱର : ରୁପା ଗହଣାର ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଚାନ୍ଦି ଭଣ୍ଡାର ପକ୍ଷରୁ ଭୁବନେଶ୍ୱରସ୍ଥିତ ରସୁଲଗଡ଼ରେ ଏକ ବ୍ରାଣ୍ଡ ନ୍ୟୁ ଷ୍ଟୋର ଖୋଲିଯାଇଛି । ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଗହଣାର ପ୍ରମୁଖ ସ୍ଥଳ ଭାବେ ଏହା ଚାନ୍ଦି ଭଣ୍ଡାରର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ନୂଆ ଷ୍ଟୋରରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ କାଳଜୟୀ ଅକ୍ସିଡାଇଜଡ ସିଲଭର ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ । ଏଠାରେ ବ୍ରାଣ୍ଡର ଅତ୍ୟାଧୁନିକ ତଥା ନୂଆ ‘ଆର୍ଯ୍ୟ’ ଏବଂ ‘ଆମୋଘ କଲେକ୍ସନ’ ରହିଛି ।

ଓଡ଼ିଶାର ପ୍ରମୁଖ ରୁପା ଗହଣା ଷ୍ଟୋର ଭାବେ ଆଉ ଏକ ମାଇଲଖୁଂଟ ହାସଲ କରିଥିବାରୁ ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର ଭେଟି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର । ଗଢ଼ା ମଜୁରିରେ ଏହା ଫ୍ଲାଟ୍ ୩୦% ରିହାତି ପ୍ରଦାନ କରୁଛି । ଏହି ବିଶେଷ ଅଫର ୨୦୨୩ ଅକ୍ଟୋବର ୧୬ରୁ ୨୪ ଯାଏଁ ଉପଲବ୍ଧ ।

ଏହି ଉତ୍ସବଭରା ଅବସରକୁ ପାଳନ କରିବା ସହ ଚାନ୍ଦି ଭଣ୍ଡାର ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ସହ ଏହାର ସହଯୋଗିତା ଘୋଷଣା କରିଛି । ରସୁଲଗଡ଼ସ୍ଥିତ ଷ୍ଟୋରକୁ ଶିବାନୀ ଉଦଘାଟନ କରିଛନ୍ତି । ଖୁବଶୀଘ୍ର ବାଲେଶ୍ୱରରେ ଚାନ୍ଦି ଭଣ୍ଡାରର ଆଉ ଏକ ନୂଆ ଷ୍ଟୋର ଖୋଲିବାକୁ ଯାଉଥିବା ବ୍ରାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା