ଓଡିଶା

ମର୍ମନ୍ତୁଦ ବାଇକ ଦୁର୍ଘଟଣା, ଚାଲିଗଲା ଯୁବକଙ୍କ ଜୀବନ…

ନୂଆପଡ଼ା : ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କ୍ଷୀରମାଲ୍ ଗାଁ କପା ଗୋଦାମ୍ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘଟଣାରେ ସେହି ଗାଁର ଜଣେ ଯୁବକ ଅଭୟ ଶବରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗତକାଲି ରାତି ପ୍ରାୟ 11ଟା ସମୟରେ ନିକଟସ୍ଥ ଲର୍କା ଗାଁକୁ କିଛି ଜିନିଷ ଆଣିବାକୁ ଯାଇଥିଲେ । ତେବେ ସେଠାରୁ ଫେରିବା  ସମୟରେ ଭାରସାମ୍ୟ ହରାଇ ଗାଡ଼ୱାଲରେ ପିଟି ହୋଇ ପାଖରେ ଥିବା ବିଲରେ ପଡ଼ି ଯାଇଥିଲେ । ରାତି ସମୟ ହୋଇଥିବାରୁ ତାଙ୍କୁ କେହି ଦେଖିପାରିନଥିଲେ । ଯେଉଁଥିପାଇଁ ସାରା ରାତି ସେ ସେଠାରେ ପଡି ରହିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ପାରିପାର୍ଶ୍ବିକସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆଜି ଭୋର ସମୟରେ କ୍ଷୀରମାଲ୍ ଗାଁର କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ସମୟରେ ମୃତ ଯୁବକଙ୍କୁ ଦେଖି ଗ୍ରାମରଖି ପୂର୍ଣ୍ଣ ବାଗଙ୍କ ଜରିଆରେ ପୋଲିସ ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ବୋଡ଼େନ ପୋଲିସ କେଶ୍ ନମ୍ଵର 257/23ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି ।

ରିପୋର୍ଟ : ନୂଆପଡ଼ାରୁ କୀର୍ତ୍ତି ଚନ୍ଦ୍ର ନାଗ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା