ଓଡିଶା

ଜଳବାୟୁ ପରିବର୍ତ୍ତନର ଭାରତର ପ୍ରଥମ ଥଇଥାନ କଲୋନୀରେ ପରିଣତ ହୋଇଛି କେନ୍ଦ୍ରାପଡାର ବଗପାଟିଆ ଆଦର୍ଶ କଲୋନୀ…

କେନ୍ଦ୍ରାପଡ଼ା : ସାତଭାୟା ଥଇଥାନ କଲୋନୀ ବଗପାଟିଆକୁ ଆଦର୍ଶ କଲୋନୀ ରୁପେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲି ଦେଇଛନ୍ତି ବିକାଶର ପେଡ଼ି । ଥଇଥାନ ହୋଇଥିବା ୫୭୧ ପରିବାର ଯେମିତି ମୌଳିକ ଅଧିକାରରୁ ବଞ୍ଚିତ ନହେବେ ସେ ନେଇ ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଥଇଥାନ ହୋଇଥିବା ସମସ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପ୍ରୋତ୍ସାହନ ସହାୟତା ରାଶି ଯୋଗାଇ ଦିଆଯାଇଛି । ଅଧାପନ୍ତରିଆ ଘରକୁ ପୂର୍ଣ୍ଣାଙ୍ଗ କରିବାକୁ ସହାୟତା ମିଳିଥିବାରୁ ସାତଭାୟାବସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ରର ଆଁ ମୁହଁରେ ଜୀବନ ଜୀବିକାକୁ ନେଇ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଥିଲେ ସାତଭାୟାବସୀ । ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ବିଜୁଳି ଓ ବିଶୁଦ୍ଧ ପାନୀୟ ଜଳ ସେମାନଙ୍କ ପାଇଁ ଅପହଞ୍ଚ ହୋଇଯାଇଥିଲା । ୧୯୭୧ ପ୍ରଳୟଙ୍କରୀ ମହାବାତ୍ୟାରେ ସାତଭାୟାର ହଜାର ହଜାର ଲୋକେ ମୃତ୍ୟୁବରଣ କରିଥିଲେ । ଏହି ସମୟରେ ଓଡ଼ିଶାର ଭୂମିପୁତ୍ର ବିଜୁ ପଟ୍ଟନାୟକ ଅପହଞ୍ଚ ଇଲାକା ସାତଭାୟାରେ ପହଞ୍ଚି ଦେଖିଥିଲେ ବାତ୍ୟା ବିଭୀଷିକାର କରୁଣ ଚିତ୍ର । ସେହିଦିନ ସାତଭାୟାବସୀଙ୍କୁ ବିଜୁବାବୁ ପ୍ରତିଶ୍ରୁତି ଦେଇଥିଲେ ସମୁଦ୍ର କରାଳ ଗ୍ରାସରେ ଆଉ ଜଣେ ଲୋକର ଜୀବନ ଯିବ ନାହିଁ ଓ ଅନ୍ୟତ୍ର ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ସଫଳ କରି ଦେଖାଇଛନ୍ତି ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ । ୨୦୧୮ ମସିହାରେ ୫୭୧ ପରିବାରକୁ ଗୁପ୍ତି ବଗପାଟିଆଠାରେ ଥଇଥାନ କରିଛନ୍ତି । ପ୍ରତି ପରିବାରକୁ ୧୦ ଡିସିମିଲ ଜାଗା ସହ ବିଜୁ ପକ୍କା ଘର, ବିଜୁଳି, ପାନୀୟ ଜଳ ସହ କଲୋନୀରେ ସ୍କୁଲ, ଅଙ୍ଗନବାଡ଼ି, ବାତ୍ୟା ଆଶ୍ରୟସ୍ଥଳ, ପଞ୍ଚାୟତ କାର୍ଯ୍ୟାଳୟ ଓ ରାସ୍ତା ଘାଟର ଉନ୍ନତି କରଣ କରାଯାଇଛି ।

ସାତଭାୟାବସୀଙ୍କୁ ଥଇଥାନ ପରେ ପୁନର୍ବାର ସରକାର ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପ୍ରୋତ୍ସାହନ ସହାୟତା ରାଶି ମାଧ୍ୟମରେ ପ୍ରଥମେ ପର୍ଯ୍ୟାୟରେ ଘର ପୂର୍ଣ୍ଣାଙ୍ଗ କରିଥିବା ୩୭୨ ପରିବାରକୁ ୫୪,୩୪୦ ଟଙ୍କା ପ୍ରଦାନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଘର ପୂର୍ଣ୍ଣାଙ୍ଗ କରିଥିବା ୩୦ ପରିବାରକୁ ୫୪,୩୪୦ ଟଙ୍କା ଲେଖାଏଁ ଏବଂ ଘର ଅଧା ନିର୍ମାଣ କରିଥିବା ୧୬୯ ପରିବାରକୁ ୨୫ ହଜାର ଟଙ୍କା ଲେଖାଁଏ ସହାୟତା ଯୋଗାଇ ଦିଆଯାଇଛି । ଘର ପୂର୍ଣ୍ଣାଙ୍ଗ ପରେ ସଂପୂର୍ଣ୍ଣ ସହାୟତା ରାଶି ପ୍ରଦାନ କରାଯିବା ନେଇ ରାଜନଗର ବିଡ଼ିଓ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧୃବ ସାହୁ ଯୋଗଦେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିଥିଲେ । ସୂଚନା ଅନୁସାରେ, ନିକଟରେ 5T ସଚିବ ସାତଭାୟା ଗ୍ରସ୍ତ କରି ଖୁବଶୀଘ୍ର ସାତଭାୟାବାସୀଙ୍କୁ ଖୁସି ଖବର ମିଳିବ ବୋଲି କହିଥିଲେ । ଏହାର ମାତ୍ର ୨୪ ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ମା ପଞ୍ଚୁବରାହୀ ମନ୍ଦିର ଉନ୍ନତି କରଣ ପାଇଁ ୫କୋଟି ଟଙ୍କା ଓ ରାସ୍ତା, ସ୍କୁଲ, ଖେଳପଡିଆ ଆଦି କଲୋନୀର ବିକାଶ ପାଇଁ ୨୨ କୋଟି ୫୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଯାହା ସାତଭାୟାବସୀଙ୍କୁ ଅଭିଭୂତ କରିଛି ।

ସମୁଦ୍ରର କରାଳ ଗ୍ରାସରୁ ବର୍ତ୍ତି ଯାଇଥିବା ସାତଭାୟାବସୀଙ୍କୁ ଥଇଥାନ କରି ଜଳବାୟୁ ପରିବର୍ତ୍ତନର ଭାରତର ପ୍ରଥମ ଥଇଥାନ କଲୋନୀ ପ୍ରତିଷ୍ଠା କରାଯାଇଛି ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସାତଭାୟାବସୀ ।

ରିପୋର୍ଟ : ରାଜନଗରରୁ କୃତିବାସ ପ୍ରଧାନ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା