କ୍ରୀଡା ଦେଶ ବିଦେଶ

କ୍ରିକେଟ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମହାସଂଗ୍ରାମ

କ୍ରିକେଟ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମହାସଂଗ୍ରାମ । ବିଶ୍ୱକପ୍ ଦିନିକିଆ ଇତିହାସରେ ଭାରତ ଆଜିଯାଏଁ କେବେ ବି ପାକିସନ୍ତାନଠାରୁ ହାରିନାହିଁ । ରେକର୍ଡ ଏବେ ରହିଛି ୭-୦ । ତେଣୁ ଏହି ବିଜୟ ଧାରା ଜାରି ରଖିବାକୁ ମଇଦାନକୁ ଓହ୍ଲାଇଛନ୍ତି ରୋହିତ ବାହିନୀ । ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀ ଟିମ୍ । 1ଲକ୍ଷ 32 ହଜାର ଦର୍ଶକଙ୍କ କୋଳାହଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହେଉଛି ।

ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିଛି ପାକିସ୍ତାନ । ଦଳରେ ଶୁଭମନ ଗିଲ ସାମିଲ ହୋଇଛନ୍ତି, ଇଶାନ କିଷାନଙ୍କୁ ଆଜିର ମ୍ୟାଚରୁ ବାଦ ଦିଆଯାଇଛି । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ବିଶ୍ୱକପରେ ଦୁଇ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଡେଙ୍ଗୁରୁ ସୁସ୍ଥ ହେବା ପରେ ପ୍ଲେଇଂ ଇଲେଭେନରେ ସାମିଲ ହୋଇଛନ୍ତି ଶୁଭମନ ।

ଭାରତର ଚୂଡାନ୍ତ ଏକାଦଶ ହେଲେ : ରୋହିତ ଶର୍ମା(କ୍ୟାପ୍ଟେନ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା(ଭାଇସ୍ କ୍ୟାପ୍ଟେନ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶିରାଜ। 

ପାକିସ୍ତାନର ଚୂଡାନ୍ତ ଏକାଦଶ ହେଲେ : ଅବଦୁଲ୍ହା ଶାଫିକ, ଇମାନ-ଉଲ୍-ହକ୍, ବାବର ଆଜାମ(କ୍ୟାପ୍ଟେନ), ମହମ୍ମଦ ରିଜୱାନ(ୱିକେଟ କିପର୍), ସଉଦ ସକିଲ, ଇଫତିଖର ଅହମଦ, ଶଦାବ ଖାନ(ଭାଇସ୍ କ୍ୟାପ୍ଟେନ), ମହମ୍ମଦ ନୱାଜ, ହାସନ ଅଲି, ଶାହିନ ଆଫ୍ରିଦ, ହାରିସ ରୌଫ।  

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।