ଓଡିଶା

ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜୀବନରେ ପରିବର୍ତ୍ତନ ଆଣିଛି ହେଫର୍ ଇଂଟରନ୍ୟାଶନାଲ ଓ କାରଗିଲର ହ୍ୟାଚିଙ୍ଗ୍ ହୋପ୍ ଅଭିଯାନ…

ଭୁବନେଶ୍ୱର : ହେଫର୍ ଇଂଟରନ୍ୟାସନାଲ ବିଶ୍ୱ ଅଣ୍ଡା ଦିବସ ଅବସରରେ ପୋଲଟ୍ରି ବା କୁକଡା ଚାଷ ଉପରେ କେନ୍ଦ୍ରିତ ଏହାର ପରିବର୍ତ୍ତନଶୀଳ ଅଭିଯାନକୁ ଓଡିଶାରେ ଗର୍ବର ସହ ପ୍ରଦର୍ଶିତ କରିଛି । କାରଗିଲ୍ ସହିତ ଓଡିଶାରେ ହେଫରର ଫ୍ଲାଗସିପ୍ ଅଭିଯାନ, ଦ ହ୍ୟାଚିଙ୍ଗ୍ ହୋପ୍ ପ୍ରୋଜେକ୍ଟ  କୁକୁଡା ଉତ୍ପାଦନ, ଉପଯୋଗ ଓ ପ୍ରୋତ୍ସାହନ ମାଧ୍ୟମରେ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ୧୦୦ ମିଲିୟନ ଲୋକଙ୍କର ପୋଷଣ ଓ ଅର୍ଥନୈତିକ ଜୀବିକାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି । ଭାରତରେ ଏହି ପ୍ରୋଗ୍ରାମ ଏହାର ୫ମ ବର୍ଷରେ ପରିଚାଳନା କରୁଛି ଏବଂ ଏହା କୁପୋଷଣକୁ ଦୂର କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରିଛି । ଏହା ଗ୍ରାମାଂଚଳର ମହିଳାମାନଙ୍କୁ ତାଲିମ୍ ଓ ସଂଶାଧନ ପ୍ରଦାନ କରି ସଶକ୍ତ କରୁଛି ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ପରିବେଶ ପ୍ରଭାବକୁ ‌ହ୍ରାସ କରୁଥିବା ଦକ୍ଷ କୁକୁଡା ଉତ୍ପାଦନ ଅଭ୍ୟାସ ଶିଖାଉଛି ।

କାରଗିଲ୍ ଦ୍ୱାରା ସମର୍ଥିତ ହ୍ୟାଚିଙ୍ଗ୍ ହୋପ୍ ଭାରତର ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ପରିଚାଳିତ ହେଉଛି । ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ପାଇଁ ୩୦,୦୦୦ କ୍ଷୁଦ୍ର ଚାଷୀ ସଶକ୍ତ ହୋଇଛନ୍ତି । ଏହାସହ ୧୦ଟି ହାଚେରି ଓ ୩୦ଟି ଫିଡ୍ ମିଲକୁ ସହଯୋଗ କରିବା ସହିତ ୩୦୦୦ ମଡେଲ ପୋଲଟ୍ରି ହାଉସର ବିକାଶ ଏବଂ ଓଡିଶାରେ ୨୦୦ରୁ ଅଧିକ କମ୍ୟୁନିଟି ଆଗ୍ରୋ ଭେଟେନାରୀ ଏଂଟ୍ରପ୍ରେନ୍ୟୋରଙ୍କ ଏକ ଗୋଷ୍ଠୀକୁ ପ୍ରଶିକ୍ଷିତ କରିବାରେ ସହଯୋଗ କରିଛି ।

ଏହି ଅବସରରେ କାର୍‌ଗିଲ୍‌ରେ କର୍ପୋରେଟ୍ ଦାୟିତ୍ୱ ଓ ସ୍ଥାୟୀ ବିକାଶ ବିଭାଗ (ଏସିଆ ପାସିଫିକ୍‌)ର ଆଂଚଳିକ ନିର୍ଦ୍ଦେଶକ ଦୀପନ୍ୱିତା, ହେଫର୍ ଇଣ୍ଡିଆର କଂଟ୍ରି ଡାଇରେକ୍ଟର ରିନା ସୋନି, ହେଫର୍ ଇଣ୍ଡିଆର ବରିଷ୍ଠ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବାହରନ୍ ରାଜାରଥିନମ୍, ଇଂଟରନ୍ୟାଶନାଲ ଏଗ୍ କମିଶନର ଅଧ୍ୟକ୍ଷ ସୁରେଶ ଚିଟ୍ଟୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା