କାହିଁକି ବାରମ୍ବାର ଇସ୍ରାଇଲ ଉପରେ ଆକ୍ରମଣ କରୁଛି ହମାସ । ଏହା ପଛରେ ରହିଛି ଏକ ଶିଶୁର କରୁଣ କାହାଣୀ…

ହମାସର ଆତଙ୍କୀ ଆକ୍ରମଣର କଡା ଜବାବ ରଖୁଛି ଇସ୍ରାଇଲ । ଇସ୍ରାଇଲ ଆକ୍ରମଣର ଜବାବରେ ଗାଜା ପଟ୍ଟିର ଅନେକ ସହରକୁ ଧ୍ବସଂ କରିସାରିଲାଣି । ଯୁଦ୍ଧର ପ୍ରତିତ୍ତୋରରେ ଇସ୍ରାଇଲ ପକ୍ଷରୁ ଗାଜା ପଟ୍ଟି ଉପରେ ଘମୋଘୋଟ ରକେଟ ବର୍ଷଣ ଜାରି ରହିଛି । ଏଥିରେ ପ୍ରାୟ ଉଭୟ ପକ୍ଷରୁ 3000 ଲୋକଙ୍କ ପ୍ରାଣହାନି ହୋଇଥିବା କୁହାଯାଉଛି । ହମାସର ଆତଙ୍କୀ ଆକ୍ରମଣରେ ଇସ୍ରାଇଲର 1200 ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ହାନି ହୋଇଥିବାବେଳେ ହମାସର 1500ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନି ହୋଇଥିବା ସୂଚନା ମିଳୁଛି । ତେବେ ହମାସ ଇସ୍ରାଇଲ ଉପରେ ଆକ୍ରମଣ କରିବା ଘଟଣା ଏବେ ନୂଆ ନୁହେଁ । 1989 ମସିହାରେ ହମାସ ଇସ୍ରାଇଲ ଉପରେ ଏପରି ଆକ୍ରମଣ କରିବା ଆରମ୍ଭ କରିଥିଲା ।
ଶେଖ ଅହମ୍ମଦ ୟାସିନଙ୍କଦ୍ବାରା ଆରମ୍ଭ ହୋଇଥିବା ଡିସେମ୍ବର 1987ରେ ପାଲେଷ୍ଟାଇନ ବିଦ୍ରୋହ ପରେ ହମାସ ପ୍ରତିଷ୍ଠା କରାଯାଇଥିଲା । ହମାସର ପ୍ରତିଷ୍ଠା ପଛରେ ରହିଛି ଏକ ମଜାଦାର କାହାଣୀ । ଅହମ୍ମଦ ୟାସିନ୍ ପିଲାଦିନରୁ ହିଁ ନିଷ୍ପତ୍ତି ନେଇଥିଲେ ଯେ, ସେ ଇସ୍ରାଏଲକୁ ଧ୍ୱଂସ କରିବେ । ୟାସିନ୍ ଯେତେବେଳେ ଶିଶୁଥିଲେ ସେହି ସମୟରେ ତାଙ୍କ ଗାଁ ଅଲ-ଜୁରାକୁ ଇସ୍ରାଇଲ ଦଖଲ କରିବା ପରେ ତାଙ୍କ ଘରେ ବୁଲଡୋଜର ଚଢାଇ ଦିଆଯାଇଥିଲା ।
ଏହା ପରେ ସେ ନିଜ ପରିବାର ସହିତ ଗାଜା ପଟ୍ଟିକୁ ଚାଲିଯାଇଥିଲେ । କିନ୍ତୁ ସେହି ଦୃଶ୍ୟ ତାଙ୍କ ମନରେ ପ୍ରତିଶୋଧର ବହ୍ନିକୁ ଉଷ୍ମତା ପ୍ରଦାନ କରୁଥିଲା । ସେ ଇସ୍ରାଏଲକୁ ଧ୍ୱଂସ କରିବାକୁ ଶପଥ ନେଇଥିଲେ । ଏହାର ପରବର୍ଷ, ହମାସ ଘୋଷଣା କରିଥିଲା ଯେ ପାଲେଷ୍ଟାଇନକୁ ଇସ୍ରାଏଲ୍ ଦଖଲରୁ ମୁକ୍ତ କରିବା ପ୍ରତ୍ୟେକ ମୁସଲମାନଙ୍କର ଏହା ଧାର୍ମିକ କର୍ତ୍ତବ୍ୟ ।
ଏଥିରେ ପ୍ରଭାବିତ ହୋଇଥିଲେ ୟାସିନ । ଫଳସ୍ବରୂପ ହମାସ ଇସ୍ରାଇଲ ଉପରେ ତାର ପ୍ରଥମ ଆକ୍ରମଣ କରିବା ସହ ଦୁଇଜଣ ଇସ୍ରାଇଲ ସୈନିକଙ୍କ ପ୍ରାଣ ନେଇଥିଲା । ଏଥିରେ ୟାସିନଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ୍ 1997 ମସିହାରେ ମୋସାଦର ଏଜେଣ୍ଟ ବଦଳରେ ମୁଣ୍ଡଜାମିନ ରଖି ୟାସିନଙ୍କୁ ମୁକ୍ତ କରାଇ ନେଇଥିଲେ । ଏହା ପରଠୁ ହମାସ ଏବଂ ଇସ୍ରାଇଲ ମଧ୍ୟରେ ଅନେକ ଥର ଗୋଳାବାରୁଦ ବର୍ଷଣ ହୋଇଛି । ହେଲେ ଚଳିତଥର ଏହା ଏକ ବଡ ଯୁଦ୍ଧାରେ ପରିଣତ ହୋଇଛି ।
ପାଲେଷ୍ଟାଇନକୁ ମୁକ୍ତ କରାଇବା ପାଇଁ ହମାସର ଏହି ଲଢେଇ ପାଇଁ ବର୍ତ୍ତମାନ ଗାଜାବାସୀ ଏହାର ପରିଣାମ ଭୋଗୁଥିବା ଦେଖିବାକୁ ମିଳୁଛି । ଇସ୍ରାଇଲର ପ୍ରତିଆକ୍ରମଣରେ ଗାଜା ସହର ଏକେ ଧରାଶାୟୀ ହୋଇଛି । ଚାରିଆଡେ ଖାଲି ବଡ ବଡ ବିଲ୍ଡିଂ ଧରାଶାୟୀ ହେବା ସହ ହମାସର ଅନେକ ଠିକଣାକୁ ନଷ୍ଟ କରିସାରିଛି ଇସ୍ରାଇଲ ସେନା । ଏହା ସହ ଗାଜାରେ ବିଜୁଳି କାଟ ହୋଇଯାଇଥିବାବେଳେ, ଖାଦ୍ୟ ପାନୀୟର ଶଙ୍କଟ ମଧ୍ୟ ଦେଖିବାକୁ ମିଳିଛି । ଇସ୍ରାଇଲର ପ୍ରତିଆକ୍ରମଣ ପରେ ଏବେ ପାଲେଷ୍ଟାଇନବାସୀ ନିଜ ଘର ଛାଡୁଥିବା ଦେଖିବାକୁ ମିଳୁଛି ।