ୱେଲକମ୍ କଲିକତା ତୋରଣ ସହ ଭକ୍ତଙ୍କୁ ସ୍ବାଗତ କରିବ ପୁରୁଣା ଷ୍ଟେସନ ବଜାରରେ ସାର୍ବଜନୀନ ଦୁର୍ଗା ପୂଜା କମିଟି…

ଭୁବନେଶ୍ବର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ବରସ୍ଥିତ ପୁରୁଣା ଷ୍ଟେସନ ବଜାରରେ ସାର୍ବଜନୀନ ଦୁର୍ଗା ପୂଜା ଖୁବ୍ ଧୁମଧାମର ସହିତ ପାଳିନ ହେବ । ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା ଚଳିତ ଥର ୱେଲକମ୍ କଲିକତା ତୋରଣ ପ୍ରସ୍ତୁତ କରିବାକୁ ଯାଉଛି । ଯାହାର ଦୈର୍ଘ୍ୟ ୧୫୪ ଫୁଟ୍ ଏବଂ ଉଚ୍ଚତା ୪୦ ଫୁଟ୍ ରହିବ । ଏଥରର ବିଶେଷ ଆକର୍ଷଣ ସମୁଦ୍ର ମଧ୍ୟରେ ବୁଡି ଯାଇଥିବା ଦ୍ବାରକା ନଗରୀ ଆଦୃତ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ପୂଜା କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ ଗ୍ରହଣ କରାଯାଇଛି । ୫ଟି ସିସିଟିଭି କ୍ୟାମେରା ସହ ୨୦୦ ସ୍ବେଚ୍ଛାସେବୀ ନିୟୋଜିତ ରହିବେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ