ଓଡିଶା

ସଖୀ ୱାନ ଷ୍ଟପ୍ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ…

ପାରଳାଖେମୁଣ୍ଡି : ସଖୀ ୱାନ ଷ୍ଟପ୍ ସେଣ୍ଟର ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀକ ବାଳିକା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ୍ ସେଣ୍ଟରର ନୋଡାଲ ଅଧିକାରୀ ତଥା ମହିଳା ସୁରକ୍ଷା ଅଧିକାରୀ କେ ସୁନିତା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ୱାନ ଷ୍ଟପ୍ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ସୁନିତା ରଥ ଦିବସ ପାଳନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାରେ ରହିଥିବା କନ୍ୟା ସନ୍ତାନଙ୍କ ବିଭିନ୍ନ   ପ୍ରକାର ସୁବିଧା ଓ ଅସୁବିଧା ଉପରେ ଆଲୋକପାତ କରିଥିଲେ ଏବଂ ଜିଲ୍ଲାରେ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ଥିବା  ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି କନ୍ୟା ସନ୍ତାନର ଆବଶ୍ୟକତା ବିଷୟରେ ଉଦାହରଣ ଏବଂ କବିତା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଆଇଏସଆରଡ଼ିର ଉପ ନିର୍ଦେଶକ ନାଗେଶ୍ଵର ଚୌଧୁରୀ ସଂଗଠନର ବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ, ଓଏଲ୍ଏମର ଜିଲ୍ଲା ସଂଯୋଜିକା ଶିବାନୀ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, କିଶୋରୀ ବାଳିକା ଆଦି ଉପସ୍ଥିତ ଥିଲେ । ଏଥିରେ ଉତ୍କଳ ବାଳାଶ୍ରମର ବାଳିକାମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୱାନ ଷ୍ଟପ୍ କେନ୍ଦ୍ରର ମଞ୍ଜୁଳା ଚୌଧୁରୀ, ମଧୁସ୍ମିତା ପାଢୀ, ମିନା କୁମାରୀ ଚହଲ,  ସୁନିତା ବେହେରା, ମୋହିନୀ ପ୍ରଧାନ, ମୋନାଲିସା ବେହେରା, ନିରୂପମା ଜେନା, ଦିବ୍ୟ କୁମାର ସୁଆର, ହରିକୃଷ୍ଣ ଚୌଧୁରୀ, ଟି ସୁରେଶ କୁମାର ଏବଂ ଆଇଏସଆରଡ଼ି ପରିବାରର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା