ଓଡିଶା

ଧାନରେ ପୋକ, ଚିନ୍ତାରେ ଚାଷୀ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ହେଉଛି ଏକ କୃଷିପ୍ରବଣ ଜିଲ୍ଲା । ଧାନ, ପାନ, ମୀନର ବ୍ୟବସାୟକୁ ନେଇ ଜୀବନ ଜୀବିକା ପ୍ରତିପୋଷଣ କରନ୍ତି ଏଠାକାର ଜନସାଧାରଣ । ନୀଳଗିରିରେ ଧାନ ଫସଲରେ ଏବେ ବ୍ୟାପକ ରୋଗ ପୋକ ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ । ଧାନ ଫସଲରେ ଚକଡା ପତ୍ର ମୋଚା ଗୁଣ୍ଡି ପୋକ, ସମ୍ବାଳୁଆ ପୋକ ଲାଗିଥିବାରୁ ଫସଲ ନଷ୍ଟ ହୋଇଯାଇଛି । ଏ ନେଇ ଖବର ପାଇ ନୀଳଗିରି କୃଷି ଜିଲ୍ଲା ଅଧିକାରୀ ଏକ ପାଞ୍ଚଜଣିଆ ଟିମ୍ ନେଇ ନୀଳଗିରି ଅଂଚଳର ବିଭିନ୍ନ ପଞ୍ଚାୟତରେ ଥିବା ଚାଷ ଜମି ପରିଦର୍ଶନ କରିଛନ୍ତି । ଏହା ସହିତ ସମ୍ପୃକ୍ତ ଚାଷୀମାନଙ୍କୁ ରୋଗ ପୋକ ନିୟନ୍ତ୍ରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ଜମିରେ ପଟାସ ସାର ଏକର ପିଛା ୧୩ କେଜିରୁ ୧୫ କେଜି ପକାଇବା ସହିତ ରୋଗ ଅନୁସାରେ ଏକର ପିଛା ୧୩ ଡ୍ରମ୍ କୀଟନାଶକ ଔଷଧ ପକାବା ଲାଗି ପରାମର୍ଶ ଦିଆଯାଇଛି । ରୋଗ ଅନୁସାରେ ୧୦ କେଜି ସରୁ ବାଲିରେ କିରୋସିନି ଅଧା ଲିଟର ମିସାଇ ଧାନ ଫସଲରେ ବୁଣି କିଛି ସମୟ ପରେ ଦୁଇଜଣ ଦୌଡ଼ି ପଳାଇ ଘୋଷାରି ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଏହାଦ୍ଵାରା ପୋକ ନଷ୍ଟ ହୋଇଯିବ ଏବଂ ଚକଡା ପୋକ ଜମିରେ ପ୍ରଥମେ ଚାରି ପାଞ୍ଚ ଫୁଟ ଅନ୍ତରେ ପାହି ଭାଙ୍ଗି ଦେଲେ ରୋଗ ପୋକ ନିୟନ୍ତ୍ରଣ ହୋଇପାରିବ ବୋଲି ବିଶେଷଜ୍ଞ ଟିମ୍ ପକ୍ଷରୁ କୁହାଯାଇଛି । ତେବେ ଜମିରେ ୟୁରିଆ ସାର ପ୍ରୟୋଗ ନ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଅପରପକ୍ଷେ ଚାଷରେ କ୍ଷୟକ୍ଷତି ଭରଣା ପାଇଁ ସରକାରଙ୍କ ସାହାଯ୍ୟ ସହଯୋଗ ଦାବି କରିଛନ୍ତି ଚାଷୀକୂଳ ।  

ରିପୋର୍ଟ : ନୀଳଗିରିରୁ ସଚିଦାନଁଦ ପାତ୍ର   

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା