ଇକୋ- ଫ୍ରେଣ୍ଡଲୀ ତୋରଣରେ ସୁସଜ୍ଜିତ ହେବ ସହିଦନଗର ପୂଜା ମଣ୍ଡପ…

ଭୁବନେଶ୍ବର : ଏଥର ଜମିବ ଜଗତ ଜନନୀ ମା ଦୁର୍ଗାଙ୍କ ପାର୍ବଣ ପର୍ବ । ଇକୋ- ଫ୍ରେଣ୍ଡଲୀ ତୋରଣରେ ସୁସଜ୍ଜିତ ହେବ ସହିଦନଗର ପୂଜା ମଣ୍ଡପ । କଲିକତା କାରିଗରଙ୍କୁ ନେଇ ପ୍ରସ୍ତୁତି ଜୋରଦାର ଚାଲୁଥିବା ଦେଖିବାକୁ ମିଳିଛି । ତେବେ ପାର୍ବଣକୁ ଦୃଷ୍ଟିରେ ରଖି ସହିଦନଗର ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ କମିଟି ପକ୍ଷରୁ ଆୟୋଜିତ ହୋଇଯାଇଛି । ଏଥିରେ କମିଟିର ସଭାପତି, ଉପସଭାପତି, ଉପଦେଷ୍ଟା, କର୍ମକର୍ତ୍ତା, ସମ୍ପାଦକ, ୱାର୍ଡ ନମ୍ବର 3ର କର୍ପୋରେଟର ପ୍ରମୁଖ ଉପସ୍ଥିତ ରହି ପାର୍ବଣକୁ କିଭଳି ସୁରୁଖୁରୁରେ ପରିଚାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ । ଚଳିତ ଥର ଭସାଣୀ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିବ ପାରମ୍ପରିକ ବାଦ୍ୟ ସହ ନାସିକ ଢୋଲ ବାଜା । ଶାନ୍ତି ଶୃଙ୍ଖଳା ପାଇଁ ଶହେରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଓ କର୍ମକର୍ତ୍ତାଙ୍କୁ କମିଟି ପକ୍ଷରୁ ନିୟୋଜିତ କରାଯାଇଛି । ଏହାସହ ସିସିଟିଭିର ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ