ସେବା ଦିବସରେ ସେବାର ପ୍ରକୃତ ଜ୍ଞାନ ଦେଲେ ଶିକ୍ଷକ…

ଗଜପତି : ଗଜପତି ଜିଲ୍ଲା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପାରଳାଖେମୁଣ୍ଡିରେ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ପବିତ୍ର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ମାତୃଭାଷା ଆଚାର୍ଯ୍ୟ ଗୋପାଳକୃଷ୍ଣ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ବନ୍ଧରେ ସମ୍ୟକ ଭାବେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋପବନ୍ଧୁଙ୍କର ନୀତି ଆଦର୍ଶକୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଶିଶୁ ମନ୍ଦିର ପକ୍ଷରୁ ସେବା ଦିବସ ଭାବେ ପାଳନ କରାଯାଇଥାଏ ।

ଏହି ଅବସରରେ ସ୍ଥାନୀୟ ହସ୍ପିଟାଲର ରୋଗୀଙ୍କୁ, କୁଷ୍ଠାଶ୍ରମର ରୋଗୀନଙ୍କୁ ଓ ଅନାଥାଶ୍ରମର ଅନ୍ତେବାସୀଙ୍କୁ ଛାତ୍ରଛାତ୍ରୀଙ୍କ ଜରିଆରେ ଫଳ ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା