ସୁନା, ହୀରା, ରତ୍ନ ଖଚିତ ଗହଣାର ଗଢା ମଜୁରୀ ଉପରେ ୪.୯ % ରିହାତି ଦେଉଛି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍…

କଟକ : କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଅତ୍ୟାଧୁନିକ ଗହଣା ବ୍ୟବସାୟ ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଗ୍ରାହକମାନଙ୍କ ପାଇଁ ଆରମ୍ଭ କରିଛି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଗହଣାର ଆର୍ଟିଷ୍ଟ ପ୍ରଦର୍ଶନୀ । ଓଡିଶାର ପ୍ରଥମ ମହିଳା ବାଇକ୍ ଚାଳିକା ଅମିତା ସିଂ ଓ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶୁଭଶ୍ରୀ ଦାମିନି ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ । ସୁନା, ହୀରା, ରତ୍ନ ଖଚିତ ଗହଣାର ଗଢା ମଜୁରୀ ଉପରେ ୪.୯ % ରିହାତି ଆରମ୍ଭ ହୋଇ ସ୍ଥିଳ ବିଶେଷରେ ଅଧିକ ରିହାତି ମିଳିବ ।

ଏହାସହ ୨୦୦ରୁ ୩୦୦ ଗ୍ରାମ ଓଜନର ସୂକ୍ଷ୍ମ କାରୁକାର୍ୟ୍ୟପୂର୍ଣ୍ଣ ଗହଣାର ଭରପୁର ଚାହିଦା ଉଠାଇ ପାରିବେ ଗ୍ରାହକ । ଏପରିକି ୨୨ କ୍ୟାରେଟ୍ ପୁରୁଣା ସୁନା ଗହଣା ବଦଳରେ ଅର୍ଥ କାଟ୍ ହେବ ନାହିଁ । ଏବଂ ଯେଉଁମାନେ ଗହଣା କ୍ରୟ ପାଇଁ ଗହଣା ମୂଲ୍ୟର ପାଞ୍ଚ ଶତକଡା ଅଗ୍ରୀମ ପ୍ରଦାନ କରିଥିବେ ସେମାନଙ୍କୁ ଦର ବଢିବା କମିବା ଉପରେ କୌଣସି ଫରକ ପଡିବ ନାହିଁ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ