ଓଡିଶା

ସଫା ସ୍ଥାନରେ ଝାଡୁ ଧରି ଚିତ୍ର ଉତ୍ତୋଳନ । କିନ୍ତୁ ପ୍ରକୃତ ଚିତ୍ର ଭିନ୍ନ ।କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଡମ୍ପିଙ୍ଗ ୟାର୍ଡ଼ ପାଲଟିଛି ଜାତୀୟ ରାଜପଥ କଡ଼…

କୋଟପାଡ଼ : କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଡମ୍ପିଙ୍ଗ ୟାର୍ଡ଼ ପାଲଟିଛି ଜାତୀୟ ରାଜପଥ କଡ଼ l ଏକ ନିର୍ଦ୍ଧିଷ୍ଟ ଡମ୍ପିଙ୍ଗ ୟାର୍ଡ଼ ରହିଥିଲେ ସୁଦ୍ଧା ସେଠାରେ ଡମ୍ପ ହଉନି ଆବର୍ଜନା । ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଆବର୍ଜନା । ଏଥିପ୍ରତି NAC କର୍ତୃପକ୍ଷଙ୍କ ନଜର ବି ପଡୁ ନାହିଁ । ସାରା ରାଜ୍ୟରେ ସ୍ବଚ୍ଛତା ଦିବସ ପାଳିତ ହେଉଥିବାବେଳେ କୋଟପାଡ ବିଜ୍ଞାପିତ ଅଞ୍ଚଳର ଏହି ଦୃଶ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଦୁଇ ଦୁଇଟି ଆବର୍ଜନାରୁ ଜୈବଖତ ପ୍ରସ୍ତୁତ ପାଇଁ ପ୍ରୋସେସିଂ ୟୁନିଟ ମଧ୍ୟ ସ୍ଥାପନା ହୋଇଛି । ହେଲେ ବିଡମ୍ବନାର ବିଷୟ ସେହି ୟୁନିଟରେ ବର୍ତମାନ ତାଲା ଝୁଲୁଛି l ସରକାରୀ ପାଚେରୀ ଅର୍ଥାତ ତହସିଲ କାର୍ଯ୍ୟାଳୟ ଏବଂ NAC କାର୍ଯ୍ୟାଳୟ ପାଚେରୀରେ ୱାଲ ପେଟିଙ୍ଗ ମାଧ୍ୟମରେ ପରିବେଶ ସ୍ୱଛତା ଉପରେ ବିଭିନ୍ନ ସଚେତନା ମୂଳକ ବାର୍ତ୍ତା ଦିଆଯାଇ ସେଥିରେ ମଧ୍ୟ ଅର୍ଥ ଖର୍ଚ୍ଚ ହୋଇଛି । କିନ୍ତୁ କୋଟପାଡ଼ NAC ବୋଧହୁଏ ମୁଖ୍ୟ ରାସ୍ତା କଡ଼ରେ ଆବର୍ଜନା ପ୍ରଦର୍ଶନି କରି କିଛି ନିଆରା ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଡମ୍ପିଙ୍ଗ ଯେଉଁଠାରେ ହେଉଛି ତାହା ନିକଟରେ କୋଟପାଡ଼ ମହାବିଦ୍ୟାଳୟ, SSD ହାଇସ୍କୁଲ ଛାତ୍ରାବସ ଏବଂ କୋଟପାଡ଼ର ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଏହି ରାସ୍ତା ଦେଇ ସ୍ୱଚ୍ଛ ପବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବରିଷ୍ଠ ନାଗରିକ, ମହିଳା, ଯୁବକ ପ୍ରାତଃ ଏବଂ ସନ୍ଧ୍ୟା ଭ୍ରମଣ ପାଇଁ ଯାଇଥାନ୍ତି l ହେଲେ ସ୍ବଚ୍ଛ ବାତାବରଣ ପାଇବା ପରିବର୍ତ୍ତେ ଅସ୍ବାସ୍ଥ୍ୟକର ପରିବେଶ ଦେଖି ଫେରନ୍ତି ।

ଏଇ କିଛି ଦିନ ତଳେ NAC କର୍ତୃପକ୍ଷ SHG ଗ୍ରୁପ ଏବଂ ସ୍ୱଚ୍ଛସାଥୀଙ୍କ ସହଯୋଗ ନେଇ କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଝାଡୁ ନେଇ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ । ଏବଂ ଚିତ୍ରପଟୋ ଉତ୍ତୋଳନ କରି ଉପର ମୁଣ୍ଡକୁ ପଠେଇ ଥିଲେ । ହେଲେ ଯେଉଁଠାରେ ସ୍ବଚ୍ଛତାର ଆବଶ୍ୟକତା ଥିଲା ତାହା କଲେ ନାହିଁ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଝାଡୁ ମାରିବା ବଦଳରେ ଯଦି ରାସ୍ତା କଡ଼ରେ ପଡିରହିଥିବା ଦୁର୍ଗନ୍ଧ ଯୁକ୍ତ ଆବର୍ଜନାରେ ଝାଡୁ ମରା ହୁଅନ୍ତା ତେବେ ନିଶ୍ଚିତ ଭାବରେ ସ୍ୱଚ୍ଛତାର ବାର୍ତ୍ତା ସହିତ କୋଟପାଡ଼ ଅଞ୍ଚଳବାସୀଙ୍କ ପାଇଁ ଗୋଟିଏ ସୁନ୍ଦର ବାର୍ତ୍ତା ହୋଇ ପାରିଥାନ୍ତା ବୋଲି ଚର୍ଚ୍ଚା ଜୋର ଧରିଛି l ଅପରପକ୍ଷେ କୁଢ କୁଢ ଆବର୍ଜନା ନିକଟରେ ବହୁ ଗାଇ ପଲ ରହି ଭୋକ ବିକଳରେ ପଳିଥିନ ଖାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶୁ ପ୍ରେମୀ । ତେବେ ଦେଖିବାକୁ ବାକି ରହିଲା ଏ ଦିଗରେ ପ୍ରଶାସନ ପକ୍ଷରୁ କେବେ ଉଚିତ୍ ପଦକ୍ଷେପ ଗ୍ରହଣ ହେଉଛି ।

ରିପୋର୍ଟ : କୋଟପାଡରୁ ସୁନୀଲ ଦାଶ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା