ଭୁବନେଶ୍ୱର ରନୱେ ୱିକ୍ । ରାମ୍ପରେ ଚାଲିଲେ ମନ ମୋହିଲେ ମଡ଼େଲ୍ …

ଭୁବନେଶ୍ୱର : ଆଡ଼ିକସନ ଫ୍ୟାସନ ମ୍ୟାନେଜମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନୱେ ୱିକର ନବମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଆଡ଼ିକସନ ଫ୍ୟାସନ୍ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଆଇ.ଏନ୍.ଡ଼ବ୍ଲୁ.ଇ.ସି.ର ଜାତୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ, ନବୀନ ଖଣ୍ଡୋଇ, ମୁଖ୍ୟ ଉପଦେଷ୍ଟା, ରନୱେ ୱିକ୍, ସୋମା ମହାନ୍ତି, ନିର୍ଦ୍ଦେଶକ, ଏସ୍.ଏନ୍.ଏମ୍. ଗ୍ରୁପ୍ ପ୍ରମୁଖ ଉପସ୍ଥିତ ଥିଲେ । ସୋ’ର ମୁଖ୍ୟ ଆକର୍ଷଣ ଥିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ଦ୍ୱିତୀୟ ରନର ଅପ୍ ସିନାତା ଚୌହାନ୍, ଫେମିନା ମିସ୍ ଇଣ୍ଡିଆ ୨୦୨୩ର ଫାଷ୍ଟ ରନର୍ଅପ୍ ଶ୍ରେୟା ପୁଞ୍ଜ ଓ ଓଲିଉଡ଼୍ ଅଭିନେତ୍ରୀ ଶିବାନୀ ସଂଙ୍ଗୀତା । ଫ୍ୟାସନ୍ ଡ଼ିଜାଇନର ଆକର୍ଷଣୀୟ ପରିପାଟି ଦର୍ଶକଙ୍କୁ ମତୁଆଲା କରିଥିଲା । ସୋ’ରେ ୧୦ ଜଣ ପ୍ରସିଦ୍ଧ ଡ଼ିଜାଇନର ନିଜର ଡ଼ିଜାଇନ୍ ସୋ କେସ୍ କରିଥିଲେ । ତାନୀଆ ରାୟଙ୍କ ଡ଼ିଜାଇନ୍ ଲେବେଲ୍ ତାନିଆ ନବେ ଦର୍ଶକର ଫ୍ୟାସନ ଉପରେ ଆଧାରିତ ଥିଲା । ହ୍ୟାଣ୍ଡଲୁମ୍ ବ୍ୟବହାର କରି ଏହି ଡ଼ିଜାଇନ୍ ସବୁ ପ୍ରସ୍ତୁତ କରାଯାଇଥିଲା ଯାହା ଅତି ଆକର୍ଷଣୀୟ ଥିଲା । ଡ଼ିଜାଇନ୍ ଡାପରଡ଼େଲିର ଡ଼ିଜାଇନର୍ ଦେବାଙ୍ଗୀନି ବେହେରାଙ୍କ ଦ୍ୱାରା ପ୍ରଦର୍ଶିତ ଡ଼ିଜାଇନ୍ରେ ଏଲିଜାବେଥଙ୍କ ସମୟର କାଳ୍ପନିକ ଡ଼ିଜାଇନ୍ ସୋ କେସ୍ କରାଯାଇଥିଲା । ସରିନାଙ୍କ ଦ୍ୱାରା ପ୍ରସ୍ତୁତ ଦୁଆସ କ୍ରିଏସନ ପକ୍ଷରୁ ଗାଉନ୍ କଲେକ୍ସନ ପ୍ରଦର୍ଶନ କରାଯାଇଥିଲା । କ୍ଷୁଦ୍ର ଓ ଫ୍ଲିଟି ଡ଼ିଜାଇନଠାରୁ ଆରମ୍ଭ କରି ଲମ୍ବା ଏବଂ ଚମତ୍କାର ଗାଉନ୍ ପର୍ଯ୍ୟନ୍ତ ପ୍ରତ୍ୟେକ ମହିଳାଙ୍କୁ ଆତ୍ମ ବିଶ୍ୱାସ ଓ ଗ୍ଲାମରସ୍ ଅନୁଭୂତି ଦେବାଭଳି ଡ଼ିଜାଇନ୍ ପ୍ରସ୍ତୁତ କରାଯାଇଥିଲା ।

ସୋନାଲୀ ଡୋସନଙ୍କର ମାଲିକାନାରେ ଥିବା ଏ.ଜେ. ଫେସନ୍ ଏକ ବ୍ରାଣ୍ଡ ଯେଉଁଥିରେ ପ୍ରସ୍ତୁତ ପୋଷାକ ପ୍ରେମର ନିଦର୍ଶନ ଦେଇଥାଏ । ଏକ ପ୍ରେମ କାହାଣୀର ଆରମ୍ଭଠାରୁ ସେମାନଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟକୁ ପୋଷାକ ମାଧ୍ୟମରେ ଏହି ସେକ୍ସନରେ ପ୍ରଦର୍ଶିତ କରାଯାଇଥିଲା । ଅସରଫ୍ ଅହମ୍ମଦ୍ ଡ଼ିଜାଇନ୍ର ନିର୍ଦ୍ଦେଶକ ଅସରଫ୍ ଅହମ୍ମଦ୍ ଦିଲ୍ଲୀରେ ଜଣେ ସେଲିବ୍ରିଟି ଡ଼ିଜାଇନର । ତାଙ୍କ ଦ୍ୱାରା ପ୍ରସ୍ତୁତ ଗାଉନର ଚମତ୍କାର ସଂଗ୍ରହ ଦର୍ଶକଙ୍କୁ ବିମୋହିତ କରିଥିଲା । ସେହିପରି ଆର୍ଥ ହୁଇଜ୍ ଡ଼ିଜାଇନ ଦ୍ୱାରା ପ୍ରସ୍ତୁତ ମାୟା ଡ଼ିଜାଇନରେ ଓଡ଼ିଶାର ଆଦିବାସୀ ହସ୍ତତନ୍ତ ଭଣ୍ଡାର, ଡ଼ଙ୍ଗରିଆ ସାଲ୍, କୋଟପାଡ଼ କଟନ ଓ ସାନ୍ତାଳୀ ପରିପାଟି ବ୍ୟବହାର କରି ପୋଷାକ ପ୍ରଦର୍ଶିତ କରାଯିବା ସହ ଟ୍ରାଇବାଲ ଫ୍ୟାସନରେ କ୍ରିଏଟିଭିଟି, ପ୍ରେମର ନିଦର୍ଶନ ଓ ହସ୍ତତିଆରି ଜୁଏଲରସ୍ ସୋ କେସ୍ କରାଯାଇଥିଲା । ସେହିପରି ଲେବେଲ ଋତୁପର୍ଣ୍ଣାଙ୍କ ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ ଲେବେଲ ଋତୁପର୍ଣ୍ଣାରେ ପ୍ରଦର୍ଶିତ ସଂଗ୍ରହରେ ଜଙ୍ଗଲର ରହସ୍ୟମୟ ଗଭୀରତାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଡ଼ିଜାଇନର ସାଇକତ କୁମାରଙ୍କର ପ୍ରଦର୍ଶିତ ଡ଼ିଜାଇନ୍ ସାଇକତ ସନିରେ ଉଭୟ ପୁରୁଷ ଓ ମହିଳାଙ୍କର ବରଯାତ୍ରୀ ପୋଷାକ ଓ ଆସେସୋରିଜର ସଂଗ୍ରହ ଦେଖିବାକୁ ମିଳିଥିଲା । ଅରବିନ୍ଦ ଅମ୍ପୁଲାଙ୍କ ପ୍ରଦର୍ଶିତ ଡ଼ିଜାଇନ୍ ଅରବିନ୍ଦ ଅମ୍ପୁଲା କଚରରେ ଫ୍ଲୋରାଲ ଡ଼ିଜାଇନ ସହ ପୁଷ୍ପଗୁଚ୍ଛର ସୁକ୍ଷ୍ମ ଆକର୍ଷଣ ପାରାଡାଇଜ୍ ଥିମ୍ ଉପରେ ଆଧାରିତ ପ୍ରଦର୍ଶନ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଏଲ୍.ସି.ଜେ. କଲେକ୍ସନ ଦ୍ୱାରା ପ୍ରସ୍ତୁତ ଫ୍ୟାସନେବୁଲ୍ ଜୁଏଲାରି ମଡ଼େଲଙ୍କର ସୁନ୍ଦରତାକୁ ଅଧିକ ଆକର୍ଷଣୀୟ କରିବା ସହ ଦର୍ଶକଙ୍କୁ ମତୁଆଲା କରିଥିଲା । ଏହି କାର୍ଯ୍ୟକ୍ରମରେ ଆଡ଼ିକସନ ଫ୍ୟାସନ ମ୍ୟାନେଜମେଣ୍ଟର ପ୍ରମୁଖ ସଦସ୍ୟଗଣ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ