ଓଡିଶା

ବିଶ୍ଵ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ…

ନୀଳଗିରି : ବିଶ୍ଵ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ୱାଇଲ୍ଡ ଲାଇଫ ଫାଉଣ୍ଡେସନ ଏବଂ କୁଲଡିହା ୱାଇଲ୍ଡ ଲାଇଫ ରେଞ୍ଜର ମିଳିତ ସହଯୋଗରେ ଓଉପଦା ବ୍ଲକର ଖୁମକୁଟରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । କୁଲଡିହା ରେଞ୍ଜର ପ୍ରବୀର କୁମାର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଆଦିବାସୀ ହରିଜନ ପୁରୁଷ ଓ ମହିଳାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସେମାନଙ୍କୁ ନେଇ ବନ୍ୟଜନ୍ତୁ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା ।

ଆଲୋଚନାରେ କୁଲଡିହା ୱାଇଲ୍ଡ ଲାଇଫ ଫାଉଣ୍ଡେସନର ସଭାପତି ମନୋରଞ୍ଜନ ଦାସ ଉପସ୍ଥିତ ରହି ଜଙ୍ଗଲ ଜୀବଜନ୍ତୁଙ୍କୁ ସୁରକ୍ଷା ଓ ଜଙ୍ଗଲକୁ ସୁରକ୍ଷା ଦିଗରେ ଜନସାଧାରଣଙ୍କ ଲାଭ କ୍ଷତି ଉପରେ ଆଲୋକପାତ କରିଥିଲେ । ଅନ୍ୟବକ୍ତା ମାନଙ୍କ ମଧ୍ୟରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟର ଭାଗ୍ୟଶ୍ରୀ ଦ୍ବିବେଦୀ, କୁଲଡିହା ୱାଇଲ୍ଡ ଲାଇଫ ଫାଉଣ୍ଡେସନର ସମ୍ପାଦକ ଅସିତ୍ ପ୍ରଧାନ, ସଂଯୋଜକ ଅସିତ୍ ବଳିଆର ସିଂହ, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ, ସମିତି ସଭ୍ୟ ଭୋଳାନାଥ ମାଝୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପଞ୍ଚଲିଙ୍ଗେଶ୍ଵର, ଖୁମକୁଟ, ଜରିଆପାଟଣା ଆଦି ଅଞ୍ଚଳର ଜନସାଧାରଣଙ୍କ ସମେତ କୁଲଡିହାର ସବୁଜ ବାହିନୀ, କୁଲଡିହା ୱାଇଲ୍ଡ ଲାଇଫ ଫାଉଣ୍ଡେସନର ସଦସ୍ୟମାନେ ଉପସ୍ଥିତ ଥିଲେ ।ରିପୋର୍ଟ : ନୀଳଗିରିରୁ ସଚିଦାନଁଦ ପାତ୍ର   

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା