ଓଡିଶା

ପ୍ରେମ ପାଇଁ ପ୍ରେମିକକୁ ରାସ୍ତାରୁ ହଟାଇଲା ପ୍ରେମିକ…

ଵେଗୁନିଆପଡ଼ା : ସାନ ଉସ୍ତ।ପଡ଼ା ପଞ୍ଚାୟତର ଜିଆରଏସ ହତ୍ୟା ମାମଲାର ହେଲା ଫର୍ଦ୍ଦଫାସ୍ । ପ୍ରେମ ହିଁ ଥିଲା ହତ୍ୟା ଘଟଣାର ମୂଳ ଉଦ୍ଦେଶ୍ୟ । ପ୍ରେମ ପାଇଁ ପ୍ରଥମେ ଧସ୍ତାଧସ୍ତି । ପରେ ଜଣେ ପ୍ରେମିକଙ୍କ ହାତରେ ଗଲା ଆଉ ଜଣେ ପ୍ରେମିକର ଜୀବନ । ଏବେ ପୋଲିସ କବଜରେ ଅଭିଯୁକ୍ତ ପ୍ରେମିକ । ଵେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଂଚାୟତ ଅଧୀନରେ ଥିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉସ୍ତ।ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ ଭାଲିଆଝର ଗ୍ରାମର ମୋହନପୁର ସାହି ବାସିନ୍ଦା ମନୋଜ କୁମାର ସାହୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ମନୋଜ ଓ ସୁଶିଲ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କୁ ପ୍ରେମ କରିଆସୁଥିଲେ । ଗତ ୪ ତାରିଖ ଦିନ ରାତିରେ ମନୋଜ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରୁ ବାହାରି ଆସିବା ପରେ ସୁଶୀଲ ଉକ୍ତ ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଦେଇଥିଲେ । କିଛି ସମୟ ପରେ ମନୋଜ ପୁଣି ଯାଇ ଦେଖିବା ବେଳକୁ ସୁଶୀଲଙ୍କ ଗାଡି ଉକ୍ତ ମହିଳାଙ୍କ ଘରେ ରହିଥିଲା । ଏଥିରେ ଉକ୍ଷିପ୍ତ ହୋଇ ସୁମଣ୍ଡଲ ନିକଟସ୍ଥ ସତସଙ୍ଗ ବିହାର ଆଶ୍ରମରୁ ଏକ କଟୁରୀ ଧରି ମନୋଜ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରେ ସୁଶୀଲଙ୍କ ସହିତ ଯୁକ୍ତି ତର୍କ ମଧ୍ୟ କରିଥିଲେ । ସୁଶୀଲ କାହିଁକି ବାରମ୍ବାର ତାଙ୍କ ଘରକୁ ଆସୁଛି ବୋଲି ତାକୁ ତାଗିଦ୍ କରିଥିଲେ । ତେବେ ସୁଶିଲ ମଦ୍ୟପାନ କରିଥିବା କାରଣରୁ ସେହି ସ୍ଥାନରେ ପାଟିତୁଣ୍ଡ ନକରି ଦୂରକୁ ଯିବା ପାଇଁ କହିଥିଲା ମନୋଜ । ଏପରିକି ମନୋଜ ନିଜ ଗାଡ଼ିରେ ତାକୁ ଗାଁ ନିକଟସ୍ଥ ଏକ ବିଲ ପାର୍ଶ୍ୱକୁ ଆଣିଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ସହ ହାତାହାତି ଓ ପରେ ଧସ୍ତାଧସ୍ତି ହୋଇଥିଲା । ଆଉ ଶେଷରେ ମନୋଜ ନିଜ ସାଥିରେ ନେଇଥିବା କଟୁରୀ ସାହାଯ୍ୟରେ ସୁଶୀଲକୁ ଅତି ନିର୍ମମ ଭାବେ ହତ୍ୟା କରି ସେଠାରୁ ଫେରାର୍ ହୋଇଯାଇଥିଲା । ଏ ନେଇ ପୋଲିସ ପକ୍ଷରୁ ମନୋଜ ସାହୁ ନାମରେ ପୋଲିସ କେଶ୍ ନମ୍ୱର୍ ୩୯୪/୨୦୨୩ରେ ମାମଲା ରୁଜ୍ଜୁ ହୋଇଥିଲା । ଏବେ ପୋଲିସ ମନୋଜକୁ ଗିରଫ କରିବା ସହ ତାକୁ କୋର୍ଟ ଚାଲାଣ କରିଛନ୍ତି । ଏବଂ ତା ନିକଟରୁ ହତ୍ୟାରେ ବ୍ୟବହୃତ କଟୁରୀ ସହ ରକ୍ତ ଭିଜା ସାର୍ଟ ଜବତ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ରିପୋର୍ଟ :ବେଗୁନିଆପଡାରୁ ବାପୁନି କୁମାର ମାଲୁ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା