ଧମାଲ କରିବ ନବରାତ୍ରି ପାଇଁ ଭୁବନେଶ୍ୱର ଲା ଫିଷ୍ଟାରେ ଦାଣ୍ଡିଆ ନୃତ୍ୟ

ଭୁବନେଶ୍ୱର : ଦାଣ୍ଡିଆ ପ୍ରଶିକ୍ଷଣ ପାଇଁ ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି । ପି.ଏନ୍.ଏକ୍ସ୍ ଡ୍ୟାନ୍ସ ‘ଆସ୍ନଜୋ’ ଥିମର ଆୟୋଜକ ଦାଣ୍ଡିଆ ପାଇଁ ଭୁବନେଶ୍ୱରରେ ଆୟୋଜିତ କରିଛନ୍ତି ପ୍ରଶିକ୍ଷଣ କେନ୍ଦ୍ର । ପ୍ରଶିକ୍ଷକ ଅମିତ୍ ପାତ୍ର ଏବଂ ଦୀପିକା ବଲାନିଙ୍କ ଦ୍ଵାରା ଗର୍ବା ନୃତ୍ୟ ଶିକ୍ଷାଗ୍ରହଣ କରୁଛନ୍ତି ଯୁବତୀ ଓ ମହିଳା । ଦାଣ୍ଡିଆ ପ୍ରଶିକ୍ଷଣ ନେବାକୁ ଭୁବନେଶ୍ୱରର ବହୁ ସ୍ଥାନରୁ ଅଂଶ ଗ୍ରହଣକାରୀଙ୍କ ସୁଅ ଛୁଟୁଛି । ବିଗତ ତିନି ବର୍ଷ ଧରି ଏହି ସଂସ୍ଥାର ପ୍ରଶିକ୍ଷଣ ପାଞ୍ଚ ଦିନ ଧରି ଚାଲିଥାଏ ।

୨୦୧୩ ମସିହାରୁ ଏହି ସଂସ୍ଥା ଆରମ୍ଭ ହୋଇଥିଲା । ପ୍ରତିବର୍ଷ ଏଥିରେ ୪୦ ରୁ ଅଧିକ କୋରିଓଗ୍ରଫାର ସାମିଲ ହୁଅନ୍ତି । ଏହାର ଦୁଇଟି ଷ୍ଟୁଡିଓ ରହିଛି । ଗୋଟିଏ ଝାରପଡା ଅଞ୍ଚଳରେ ଥିବାବେଳେ ଅନ୍ୟଟି କଟକ ରୋଡରେ ଅବସ୍ଥିତ ରହିଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୀରା ପରିଡ଼ା, ଶିଶୁ କଳାକାର ଦେବାଂଶି ଜେନା, ମୁସ୍କାନ, ପିଙ୍କି ଝା ଉପସ୍ଥିତ ଥିଲେ । ଲା ଫିଷ୍ଟା ପର୍ଟନର, ଫିଟନେସ୍ ପାର୍ଟନର ରାଜୀବ ଫିଟନେସ୍ ଏବଂ ବିଉଟୀ ପାର୍ଟନର ପ୍ରୋମେନାଡ ୟୁନିସେକ୍ସ୍ ସେଲୁନ୍ ମିଳିତ ଭାବେ ଏହି କାର୍ଯ୍ୟକ୍ରମ କରିଛନ୍ତି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ