ଦାଣ୍ଡିଆ ସହିତ ରୋମାଞ୍ଚକର ଅନୁଭୂତି ଦେବ ପୁରୀର ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ।

ଭୁବନେଶ୍ୱର : ଓଡିଶାର ସର୍ବବୃହତ୍ ଓ୍ବାଟର ପାର୍କ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଏବଂ ରିସର୍ଟ, ମାଳତିପାଟପୁର, ପୁରୀଠାରେ ପାଞ୍ଚ ଦିନ ପାଇଁ ଦାଣ୍ଡିଆ ଅନୁଷ୍ଠିତ ହେବ । ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ଅଧ୍ୟକ୍ଷ ନାରାୟଣ ପାତ୍ର ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବର ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଲାଇଭ୍ ଅଭିନେତା, ଡିଜେ, ଇଡିଏମ୍ ବିଟ୍, ସୁପ୍ରସିଦ୍ଧ ଗାୟକ ଏବଂ ସୁସ୍ୱାଦୁ ନବରାତ୍ର ସ୍ୱତନ୍ତ୍ର ଖାଦ୍ୟ ଉପଲବ୍ଧ ରହିବ । ଏଥିପାଇଁ ଗ୍ରାହକଙ୍କୁ ଭିଆଇପି ଟିକେଟ୍ ବାବଦକୁ ୧୦୪୯ ଟଙ୍କା ଏବଂ ନିୟମିତ ଟିକେଟ୍ ପାଇଁ ୭୯୯ ଟଙ୍କା ଜେବାକୁ ପଡିବ ।

ଏହି ଅବସରରେ ବୋଟିଂ ଏବଂ ଜୋର୍ବିଙ୍ଗଠାରୁ ଆରମ୍ଭ କରି ଆରାମଦାୟକ ମଦ କର୍ଣ୍ଣର ସହ ସମସ୍ତ ୱାଟର ରାଇଡ୍ସ, ପ୍ରବେଶ, ପାର୍କିଂ ପର୍ଯ୍ୟନ୍ତ ଭିଆଇପି ଟିକେଟଧାରୀ ପ୍ରକୃତ ପ୍ରିମିୟମ୍ ଅଭିଜ୍ଞତା ଉପଭୋଗ କରିବେ । ଏଥିରେ ଦାଣ୍ଡିଆ ଉତ୍ସବ ସାଙ୍ଗକୁ ୱାଟର ପାର୍କର ସତେଜ ରୋମାଞ୍ଚ ଉଭୟ ଦୁନିଆର ସର୍ବୋତ୍ତମ ଉପଲବ୍ଧି ପ୍ରଦାନ କରାଯିବ ବୋଲି କହିଛନ୍ତି ଓ୍ବାଣ୍ଡର୍ ଓ୍ବାର୍ଲଡ ଓ୍ବାଟର ପାର୍କର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ପାତ୍ର ।

ପାର୍ବଣର ରୋମାଞ୍ଚ ସହ ଖାଦ୍ୟର ପସରା ଯଥା ଆଳୁ ଟିକି, ଚାଟ୍, ଢୋକଲା, କଚୋଡି, ମୁଗଡାଲ୍ ହାଲୱା ଏବଂ ପନିର ଉତ୍ଥପମ୍ ପରି ସ୍ୱତନ୍ତ୍ର ନବରାତ୍ରୀ ଆନନ୍ଦ ସହିତ ଉତ୍ସବରେ ଅନନ୍ୟ ଅନୁଭୂତି ପ୍ରଦାନ କରାଯିବ । ସାମ୍ବାଦିକ ସମ୍ମିଳନୀରେ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କର ଉପସଭାପତି ବିଭୁତେନ୍ଦ୍ର ମହାପାତ୍ର, ସାଧାରଣ ସଂମ୍ପାଦକ ରାଧାରମଣ ନାୟକ, ପ୍ରଦ୍ୟୁମ୍ନ ମିଶ୍ର (ମୁଖ୍ୟ ସଂମ୍ପାଦକ,ଅମୃତ ନିୟୁଜ୍) ପ୍ରମୁଖ ଉପସ୍ଥିତ ଥିଲେ । ଅନଲାଇନରେ ନବରାତ୍ରୀ ଟିକେଟ୍ ସୁରକ୍ଷିତ କରିବା ପାଇଁ ୟୋଗାୟୋଗ ନମ୍ବର ହେଲା ୧୮୦୦ ୧୨୦ ୦୦୬୬ ଏବଂ ୮୧୪୪୯୧୬୯୪୬ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ