ଦାଣ୍ଡିଆ କାର୍ଣ୍ଣିଭାଲ -୨୦୨୩ ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆରମ୍ଭ…

ଭୁବନେଶ୍ୱର : ନେଟୱାର୍କ ଇଭେଣ୍ଟ ଆଣ୍ଡ ପ୍ରମୋସନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଏକ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ -୨୦୨୩ ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆୟୋଜିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କ୍ରିଷ୍ଟାଲ କ୍ରାଉନଠାରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ କ୍ରିଷ୍ଟାଲ କ୍ରାଉନର ନିର୍ଦ୍ଦେଶକ ସୂର୍ଯ୍ୟ ପରିଡାଙ୍କ ସମେତ ଜିଏମ୍ ପ୍ରକାଶ ମଙ୍ଗରାଜ, ଅଭିନେତ୍ରୀ ପୁପୁଲ ଭୂୟାଁ ଏବଂ ନେଟୱାର୍କ ଇଭେଣ୍ଟ ଆଣ୍ଡ ପ୍ରମୋସନର ଏମଡି ଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ରହି ଦାଣ୍ଡିଆ କାର୍ଣ୍ଣିଭାଲ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ