କୋରାପୁଟରେ ସିଡି ବାନ୍ଧୁଛି ବିଜେଡି…

କୋରାପୁଟ : କୋରାପୁଟ ଜିଲ୍ଲା ବିଜେଡି ଦଳରେ କିଛି ଦଳୀୟ ଦାଇତ୍ୱରେ ପରିବର୍ତ୍ତନ କରାଯାଇଛି । ଆଗାମୀ ୨0୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ମୁଖିଆଙ୍କ ନିର୍ଦେଶ କ୍ରମେ ଜିଲ୍ଲାସ୍ତରରେ ହୋଇଛି କିଛି ଫେରବଦଲ l ଜିନ ହିକକାଙ୍କୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ମିଳିଥିବା ବେଳେ, କୋଟପାଡ଼ର ପଙ୍କଜ ପାତ୍ରଙ୍କୁ ଉପ-ସଭାପତି, ବିରେନ ବିଶୋଇ ଏବଂ ଶିବ ପଟ୍ଟନାୟକଙ୍କୁ ସାଧାରଣ ସମ୍ପାଦକ ଦାଇତ୍ୱ ମିଳିଛି । ସେହିପରି ପ୍ରଶାନ୍ତ ମହାନ୍ତି, ପ୍ରଦୀପ ବକ୍ସି ଏବଂ ଗୋପାଳ ଲାଲ ସିଂଦେଓଙ୍କୁ ସମ୍ପାଦକ, ମନୋଜ ବିଶୋଇଙ୍କୁ ସହ ସମ୍ପାଦକ ଏବଂ କୋଟପାଡ଼ ବ୍ଲକ ବିଜେଡି ସଭାପତି ଦାଇତ୍ୱ ତପନ ପାଣିଗ୍ରାହୀଙ୍କୁ ମିଳିଛି । ଅପରପକ୍ଷେ କାର୍ଯ୍ୟକାରିଣୀ ସଭାପତି ଦାଇତ୍ୱ ଏମ. ଡି. ସଲିମ କୁ ମିଳିଛି । ଏହାସହ କୋଟପାଡ଼ NAC ସଭାପତି ଦାୟିତ୍ବ ଅରିଫ ପଟେଲଙ୍କୁ ମିଳିଥିବା ବେଳେ ମିଡ଼ିଆ ସଂଯୋଜକ ଦାୟିତ୍ୱ ହେମନ୍ତ ପାତ୍ରଙ୍କୁ ମିଳିଛି ।

ପୁରୁଖା ନେତାଙ୍କୁ ନୂତନ ଦାଇତ୍ବଭାର ମିଳିଥିବା ବେଳେ ଯୁବ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ମନୋନୀତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶେଷ କରି ଶିବ ପଟ୍ଟନାୟକ, ଯାହାଙ୍କୁ ଯୁବ ଗୋଷ୍ଠୀଙ୍କ ଆଇକନ କୁହାଯାଏ ତାଙ୍କୁ ସାଧାରଣ ସମ୍ପାଦକ ଦାଇତ୍ୱ ମିଳିଥିବାରୁ ଏ ନେଇ ଯୁବ ବିଜେଡି ଦଳରେ ବିଶେଷ ଉତ୍ସହ ଦେଖିବାକୁ ମିଳିଛି l ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମନୋନୀତ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ, 5T ସଚିବ ଭି.କେ. ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଜିନ ହିକକା ଏବଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଉନ୍ନତି ମୂଳକ କାର୍ଯ୍ୟର ସଚେତନତା କରାଇବା ସହ, ୨0୨୪ ସାଧାରଣ ନିର୍ବାଚନରେ ବିପୁଳ ମାତ୍ରାରେ ବିଜୁ ଜନତା ଦଳକୁ ବିଜୟୀ କରିବାର ଶପଥ ନେଇଥିଲେ କର୍ମୀ ।
ରିପୋର୍ଟ : କୋଟପାଡରୁ ସୁନୀଲ ଦାଶ