ଗଜପତିରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ଗଜପତି : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ତଥା ଜୋନ ନମ୍ବର ୭ର ଗାରବନ୍ଧ, ସାରିଆପଲି, ଛତ୍ରପୁର, ବଡ଼କୋତ୍ତୁରୁ, ଘୋରଣୀ, ତାଟିପାତ୍ତି, ଭୂଷକୁଡି, ଗୁରାଣ୍ଡି ଓ ଗୋସାଣି ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡ଼ି ଯୁବନେତା ଇ.ରୂପେଶ ପାଣିଗ୍ରାହୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ୍ ବୀରରାଜୁ, ଗୋସାଣି ବ୍ଲକ ବିଜେଡ଼ି ସଭାପତି ସିଏଚ୍ ଈଶ୍ଵର ରାଓ, ଆରଏମସିଏସ ଏସ୍.ଗଜପତି ରାଓ, ରାଜ୍ୟ ବିଜେଡ଼ି ସମ୍ପାଦକ ବସନ୍ତ ଦାସ ଓ ପ୍ରଦୀପ ନାୟକ, ଜୋନ ନମ୍ବର ୦୭ର ଜିଲ୍ଲା ପରିଷଦ ସଦସ୍ୟା ଲୀଳାବତୀ ପରିଗା, ଜିଲ୍ଲା ପରିଷଦ ସଦସ୍ୟ ଏସ୍. ବାଲରାଜୁ, ଜିଲ୍ଲା ଯୁବସଭାପତି ଏସ୍.ଲିଙ୍ଗାରାଜୁ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ଯୁବ, ଛାତ୍ର, ମହିଳା ସଭାପତିଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏହି ପଦଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା