ଦଶହରା ଉପହାର ଆଣିଛି ଚାନ୍ଦି ଭଣ୍ଡାର…

ଭୁବନେଶ୍ବର : ଦୀର୍ଘ ୧୦ ବର୍ଷର ମାଇଲଖୁଣ୍ଟ ପାର୍ କଲା ଓଡିଶାର ଅନ୍ୟତମ ଗହଣା ବ୍ରାଣ୍ଡ “ଚାନ୍ଦି ଭଣ୍ଡାର” । ଦଶମ ବାର୍ଷିକୀ ପାଳନ କରିବାକୁ ଯାଇ ଚାନ୍ଦି ଭଣ୍ଡାର ଆଣିଛି “ଆର୍ଯ୍ୟ” କଲେକ୍ସନ । କାଳଜୟୀ ଅକ୍ସିଡାଇଜ୍ଡ ରୁପା ଏବଂ ଚମକଯୁକ୍ତ ଅର୍ଦ୍ଧ-ମୂଲ୍ୟବାନ ରତ୍ନପଥରର ଆକର୍ଷଣୀୟ ମିଶ୍ରଣ ହେଉଛି ଏହି କଲେକ୍ସନ ।

ଏହି ଅବସରରେ ଚାନ୍ଦି ଭଣ୍ଡାରର ନିଦେ୍ର୍ଦଶିକା ଲିପସା ହଂସ କହିଛନ୍ତି ଯେ, ଆମକୁ ପ୍ରତିଦିନ ପ୍ରେରିତ କରୁଥିବା ଆଧୁନିକ ମହିଳାଙ୍କ ଅଦମ୍ୟ ସାହସ ପ୍ରତି ଏହି କଲେକ୍ସନ ଏକ ସମ୍ମାନ । ଚାନ୍ଦି ଭଣ୍ଡାରର ଦୁର୍ଗାପୂଜା ଉପଲକ୍ଷେ ବିଶେଷ ଅଫର ରହିଛି । ଗ୍ରାହକଙ୍କ ନିମନ୍ତେ ଗହଣାର ଗଢ଼ା ମଜୁରୀ ଉପରେ ଫ୍ଲାଟ୍ ୩୦% ରିହାତି ପାଇବେ । ତେବେ ଏହି ଅପର ଅକ୍ଟୋବର ୬ରୁ ୨୪ ଯାଏ ଉପଲବ୍ଧ ରହିବ । ଚାନ୍ଦି ଭଣ୍ଡାର ଗୋଟିଏ ଛାତ ତଳେ ଗହଣା, କଟ୍ଲେରି, ସିଲ୍ଭର୍ ୱେର୍ ଏବଂ କର୍ପୋରେଟ୍ ଉପହାରର ବ୍ୟାପକ ସମ୍ଭାର ପ୍ରଦାନ କରୁଛି । ଭାରତର ବିଭିନ୍ନ କୋଣରୁ ସୁନ୍ଦର ଗହଣା ପିସ୍ ସହିତ ସର୍ବୋତ୍ତମ ଓଡ଼ିଆ କାରୁକାର୍ଯ୍ୟକୁ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ନିକଟକୁ ଆଣିଛି ।