ଜମୁଛି ବିଜେଡିର ଜନସମ୍ପର୍କ ପଦଯାତ୍ରା…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ବିନୋପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବିଜେଡି ଖଡିଆଳ ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି ପଦଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଅମିତ କୁମାର ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟ ମାଲ୍ୟବନ୍ତ ସୁନା, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ, ବୋଡ଼େନ ବ୍ଲକ୍ ସଭାପତି ଲୋକନାଥ ଛତ୍ରିଆ, ଶେଫାଳି ସଲମା, ସରସ୍ୱତୀ ବାଗ, ମୀନତି କାଣ୍ଡ, ଅନ୍ତରାମ ଚିନ୍ଦା, ମହମ୍ମଦ ଇମ୍ରାନ, ମହମ୍ମଦ ରେହେମାନ୍, ଅମୂଲ୍ୟ ହାତୀ, ମନୋଜ ହଂସ, ରାଜୁ ସାହା, ରମେଶ ଦଣ୍ଡସେନା, ସରୋଜ ମାଝୀ, ଭୋଳା ନାଗ ତଥା ଶତାଧିକ ବିଜେଡି ନେତା ଓ କର୍ମୀ ପଦଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଏହା ବିନୋପୁରଠାରୁ ବୋଡ଼େନ ଦେଇ ପାତାଳଗଙ୍ଗା ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ।
ରିପୋର୍ଟ : ନୂଆପଡ଼ା ଜିଲ୍ଲା ବୋଡ଼େନରୁ କୀର୍ତ୍ତି ଚନ୍ଦ୍ର ନାଗ