ପ୍ରୋପ୍ୟାକ୍ ଓଡିଶା ୨୦୨୩ ଏବଂ ଓଡିଶା ପ୍ଲାଷ୍ଟ ୨୦୨୩ର ଦ୍ୱିତୀୟ ସଂସ୍କରଣରେ ମହିଳା ଉଦ୍ୟୋଗପତିମାନଙ୍କୁ ସୁଯୋଗ…

ଭୁବନେଶ୍ୱର : ଓଡିଶାର ଛୋଟ ଏବଂ ମଧ୍ୟମ ଉଦ୍ୟୋଗ ସଂଘ (ଓଏଏସ୍ଏମ୍ଇ) ଏବଂ ଫ୍ୟୁଚରେକ୍ସ ଦ୍ୱାରା ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଏମ୍ଏସ୍ଏମ୍ଇ ବିଭାଗର ସହଯୋଗରେ ପ୍ରୋପକ୍ ଓଡିଶା ଇନ୍ଟରନ୍ୟାସନାଲ ଏକ୍ସପୋ ୨୦୨୩ ଏବଂ ଓଡିଶା ପ୍ଲାଷ୍ଟ ଇନ୍ଟରନ୍ୟାସନାଲ ଏକ୍ସପୋ ୨୦୨୩ ଓଡିଶାର ଦ୍ୱିତୀୟ ସଂସ୍କରଣ ଜନତା ମଇଦାନରେ ଉଦଯାପିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ଘର ଆସବାବପତ୍ର, ଫାର୍ମାସ୍ୟୁଟିକାଲ୍ସ, ପର୍ସନାଲ କେୟାର, ପ୍ଲାଷ୍ଟିକ୍, କସମେଟିକ୍ ଏବଂ ପ୍ୟାକେଜିଂ ଶିଳ୍ପ ଆଦି ପ୍ରଦର୍ଶିତ କରାଯାଇଥିଲା । ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ସହଭାଗିତାରେ ଓଏଏସ୍ଏମ୍ଇ ଏବଂ ଫ୍ୟୁଚରେକ୍ସ ମିଳିତଭାବେ ଏହି ଏକ୍ସପୋ ଆୟୋଜିତ ହୋଇଥିଲା । ଏହି ଉଦ୍ୟାପନୀ ସମାରୋହରେ ଓଡିଶା ଅର୍ଥ ବିଭାଗର ଶାସନ ସଚିବ ତଥା ଆଇଏଏସ୍ ବିଶାଲ ଦେବ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱରର ଆଚଂଳିକ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ମହାନ୍ତି, ଇଡକୋ ଏବଂ ଇପିକଲର ପ୍ରବନ୍ଧ ନିର୍ଦ୍ଦେଶକ ତଥା ଆଇଏଏସ୍ ଭୂପେନ୍ଦ୍ର ସିଂ ପୂନିଆ, ଓଡିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶକ ତଥା ଆଇଏଏସ୍ ଏମ୍ଡି. ସାଦ୍ୱିକ୍ ଆଲାମ, ଆଇଓସିଏଲର କାର୍ଯ୍ୟନିର୍ବାହୀ ଅଧିକାରୀ ମୁକେଶ ମୋହନ, ପାରାଦ୍ୱୀପ ପୋର୍ଟ ଅଥରିଟିର ଅଧ୍ୟକ୍ଷ ତଥା ଆଇଆରଟିଏସ୍ ପି.ଏଲ୍ ହରନାଦ, ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଆଇଓଏଫ୍ଏସ୍ ବିଭୂତି ଭୂଷଣ ଦାଶ, ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଏମ୍ଏସ୍ଏମ୍ଇ ଡିଏଫ୍ଓର ଯୁଗ୍ମ ନିର୍ଦ୍ଦେଶକ ଏବଂ ଅପରେସନ୍ ମୁଖ୍ୟ ତଥା ଆଇଇଡିଏସ୍ ପି.କେ. ଗୁପ୍ତା ଆଦି ଉପସ୍ଥିତ ଥିଲେ ।
ଚଳିତ ବର୍ଷର ଅପାର ସଫଳତାକୁ ଦେଖି ଆୟୋଜକ ଓଏଏସ୍ଏମ୍ଇର ସାଧାରଣ ସମ୍ପାଦକ ସାତ୍ୱିକ ସ୍ୱାଇଁ କହିଥିଲେ, ପ୍ରୋପ୍ୟାକ୍ ଓଡିଶା ୨୦୨୩ ଏବଂ ଓଡିଶା ପ୍ଲାଷ୍ଟ ୨୦୨୩ର ଦ୍ୱିତୀୟ ସଂସ୍କରଣ ଖବୁ ସଫଳ ହୋଇଛି । ଆସନ୍ତା ବର୍ଷ ଆମେ ଏହି ଏକ୍ସପୋକୁ ଆହୁରି ବଡ ଆକାରରେ କରିବାକୁ ଚେଷ୍ଟା କରିବୁ । ଏହି ଆନ୍ତର୍ଜାତୀୟ ଏକ୍ସପୋରେ ପ୍ରାୟ ୨୫୦ଟି ଷ୍ଟଲ ପଡିବା ସହିତ ୫୦,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା । ଏହି ଏକ୍ସପୋରେ ମହିଳା ଉଦ୍ୟୋଗପତିମାନଙ୍କ ପାଇଁ ମଧ୍ୟ ସୁଯୋଗ ଦିଆଯାଇଥିଲା । ଏହାର ତୃତୀୟ ଦିନରେ ରାଜ୍ୟ ତଥା ଦେଶର ସାମାଜିକ ଅର୍ଥନୀତିରେ ମହିଳାମାନଙ୍କ ଅବଦାନ ସମ୍ବନ୍ଧୀୟ ଅଧିବେଶନ ଆୟୋଜିତ କରାଯାଇଥିଲା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ