ଝାରପଡା ଦୁର୍ଗାପୂଜାର ବିଶେଷ ଆକର୍ଷଣ ୪୦ ଫୁଟ ଉଚ୍ଚର ରାବଣ…

ଭୁବନେଶ୍ବର : ଧୁମଧାମର ସହ ପାଳିତ ହେବ ଝାରପଡା ଦୁର୍ଗାପୂଜା ମଣ୍ଡପ । ଚଳିତଥର ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ପ୍ରତାପ ଗିରିଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢମାସ ଧରି ତୋରଣ ନିର୍ମାଣ ଦାୟିତ୍ବରେ ରହିଛନ୍ତି । ଏଥର ପରିକଳ୍ପିତ ଗୋଲ୍ଡେନ ପ୍ୟାଲେସ୍ ତୋରଣ ବିଶେଷ ଆକର୍ଷଣ ପାଲଟିବ । ଏଥିରେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ପଥ ରହିବ ଏବଂ ଭିତରେ ପଟେ ୪ଟି ପ୍ରସ୍ଥାନ ପଥ ରଖାଯାଇଛି । ଏହା ସହ ତୋରଣକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି ।

ଝାରପଡାରେ ଏଥରେ ୧୨ ଫୁଟ୍ ଉଚ୍ଚତା ବିଶିଷ୍ଟ ମାଙ୍କ ମୃଣ୍ନୟୀ ମୂର୍ତ୍ତି ପୂଜା ପାଇବ । ୨୦ ଫୁଟ ଉଚ୍ଚର ବୁଲେନ ଓ ସୁନେଲି ମେଢ ସାଙ୍ଗକୁ ରୂପା ଅଳଙ୍କାରରେ ବିଭୂଷିତ ହେବେ ମା ଦୁର୍ଗତିନାଶିନୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶମୀ ତିଥିରେ ୪୦ ଫୁଟ ଉଚ୍ଚର ରାବଣ ପୋଡି ସାଙ୍ଗକୁ ବିଭିନ୍ନ ପ୍ରକାରର ଆତସବାଜି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏ ନେଇ କମିଟି ପକ୍ଷରୁ ବ୍ୟପକ ବ୍ୟବସଅଥା ଗ୍ରହଣ ହୋଇଥିବାବେଳେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ ହୋଇଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ