ଜଟଣୀରେ ଉଦଘାଟିତ ହେଲା ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ…

ଜଟଣୀ : ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୦ନମ୍ବର ୱାର୍ଡରେ ୧କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟ ବରାଦରେ ନିର୍ମିତ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗ ଭଉଣୀଙ୍କ ହାତରେ ଉଦ୍ଘାଟିତ ହୋଇଯାଇଛି । ଏହି ପାର୍କରେ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି I ଉଦ୍ଘାଟନୀ ଉତ୍ସବରେ ଜଟଣୀ ପୌରାଧକ୍ଷ, ପୌରନିର୍ବାହୀ ଅଧିକାରୀ, ଜଟଣୀ ବ୍ଲକ୍ ବିଡ଼ିଓଙ୍କ ସମେତ ଅନ୍ୟାନ୍ୟ କାଉନସିଲର ପ୍ରମୁଖ ଯୋଗ ଦେଇଥିଲେ । ଏହି ପାର୍କର ରକ୍ଷଣା ବେକ୍ଷଣା ଦାଇତ୍ୱ ସ୍ଥାନୀୟ ଏସ୍.ଏଚ୍.ଜି ମହିଳା ଗ୍ରୁପଙ୍କୁ ଦିଆଯାଇଛି ବୋଲି କହିଛନ୍ତି ପୌରାଧକ୍ଷ ଅନନ୍ତ ବେହେରା କହିଛନ୍ତି I
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ